Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮୦ ହଜାର ଟଙ୍କାରେ ଝିଆରିଙ୍କୁ ବିକ୍ରିକଲା ମାଉସୀ, ତୃତୀୟ ଥର ବିକ୍ରି ବେଳେ ପୋଲିସ କଲା ଘଟଣାର ପର୍ଦ୍ଦାଫାଶ, ଜାଣନ୍ତୁ ମାଉସୀର କଳାକାରନାମା…

7/09/2019 at 4:57 PM

ଧୋଲପୁର୬|୯: ରାଜସ୍ଥାନର ଧୋଲପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।୮୦ ହଜାର ଟଙ୍କାରେ ନିଜ ଝିଆରିଙ୍କୁ ବିକ୍ରି କଲା ମାଉସୀ।ଝିଆରିଙ୍କୁ ମାଉସୀ ବିକ୍ରି କରିବା ପରେ ପୁଣି ଥରେ ତାଙ୍କୁ ବିକ୍ରି କରାଯାଇଛି। ହେଲେ ପୀଡ଼ିତାଙ୍କୁ ତୃତୀୟ ଥର ବିକ୍ରି କରିବା ସମୟରେ ପୋଲିସ ପହଞ୍ଚି ଘଟଣାର ପର୍ଦ୍ଦାଫାଶ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ଧୋଲପୁର ଅଞ୍ଚଳରେ ଏକ ଆଲୋଡ଼ନା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ବିକ୍ରି କରାଯାଉଛି ବୋଲି ଧୋଲପୁରର କଞ୍ଚନପୁର ଅଞ୍ଚଳର ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କିରିଛି।ଯୁବତୀଙ୍କୁ ଉଦ୍ଧାର କରିବା ପରେ ଜଣାପଡିଛି ଯେ, ଯୁବତୀଙ୍କ ବୟସ ୨୨ ବର୍ଷ। ବିବାହ ଉତ୍ସବରେ ସାମିଲ ହେବା ପାଇଁ ପୀଡ଼ିତା ତାଙ୍କ ମାଉସୀ ଘରକୁ ଆସିଥିଲେ।ମାଉସୀ ପାଖ​ରେ ସେ କିଛି ଦିନ ରହିଥିଲେ।ଯୁବତୀଙ୍କ ସରଳତାର ଫାଇଦା ନେଇ  ଯୁବତୀଙ୍କୁ ମାଉସୀ ବରିପୁରାର ନିବାସୀ ଲୋକେନ୍ଦ୍ର ଗୁର୍ଜରଙ୍କୁ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ।

ଅଗଷ୍ଟ ୧ ତାରିଖରେ ଦେବେନ୍ଦ୍ର ନାମକ ବ୍ୟକ୍ତିକୁ ୧ ଲକ୍ଷ ୭୫ ହଜାର ଟଙ୍କାରେ ଯୁବତୀଙ୍କୁ ପୁଣି ଥରେ ଲୋକେନ୍ଦ୍ର ବିକ୍ରି କରିଥିଲା।ଯୁବତୀଙ୍କୁ ୧୫ ଦିନ ପାଖରେ ରଖିବା ପରେ ଆଉ ଜଣକୁ ବିକ୍ରି କରିବା ପାଇଁ ଦେବେନ୍ଦ୍ର ମନସ୍ଥିର କରିଥିଲେ। ଏହି ଘଟଣା ସଂପର୍କରେ ଜଣେ ସ୍ଥାନୀୟ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗିରଫ କରିଥିଲା।ଘଟଣାରେ ସଂପୃକ୍ତ ଥିବା ମାଉସୀ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

   Related Posts