Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମାଉସୀକୁ ଅତି ନୃଶଂସ ଭାବେ କୁରାଢିରେ ହାଣି ହତ୍ୟା କଲା ପୁତୁରା, ଅଭିଯୁକ୍ତ ଗିରଫ

12/03/2020 at 11:24 AM

ରାଇରଙ୍ଗପୁର ୧୨।୩: ପୁତୁରାର କୁରାଢି ଚୋଟରେ ମାଉସୀ ମୃତ । ମୁଣ୍ଡରେ ବାରମ୍ବାର ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡକଡିହା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ କାନ୍ଦ୍ରା ନାଏକ ମାମୁଁ ଘରକୁ ଆସିଥିଲେ । ତେବେ ବୁଧବାର ରାତିରେ ଖାଇ ସାରିବା ପରେ ମାମୁଁ ଘର ଲୋକେ ଶୋଇଥିବା ବେଳେ କାନ୍ଦ୍ରା ତାଙ୍କ ମାଉସୀଙ୍କୁ କୁରାଢ଼ିରେ ନୃଶଂସ ଭାବେ ହତ୍ୟା କରିଥିଲା । ମୃତ ମାଉସୀ ହେଲେ ଯାଉନି ନାଏକ । ହତ୍ୟା କରିବା ପୂର୍ବରୁ ଘର ଗୁଡିକରେ ବାହାର ପଟୁ ଶିକୁଳି ମାରିଦେଇଥିବାରୁ ହତ୍ୟା କରିବା ବେଳେ କେହି ଅଟକାଇ ପାରିନଥିଲେ ।

ସକାଳୁ ଗାଁ ଲୋକେ ଆସିବାରୁ ସମସ୍ତଙ୍କୁ ଜୀବନରୁ ମାରି ଦେବା ନେଇ କହି ହାତରେ କୁରାଢ଼ୀ ଓ ଟାଙ୍ଗିଆ ଧରି ଗୋଡାଇଥିଲେ । ତେବେ ଏହାକୁ ନେଇ ସକାଳୁ ଗାଁରେ ଆତଙ୍କ ଖେଳି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି । ତା ନିକଟରୁ ଏକ କୁରାଢ଼ୀ ଓ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ବାରିପଦାରୁ ଆସୁଥିବା ଜଣାପଡିଛି ।

   Related Posts