ମହଙ୍ଗା ପଡିଲା କରୋନା କଟକଣା ଉଲ୍ଲଙ୍ଘନ, ଆଙ୍ଗ୍ ସାନ୍ ସୁକିଙ୍କୁ ୪ ବର୍ଷ ଜେଲ୍

Published By : Prameya-News7 Bureau | December 06, 2021 IST

ବ୍ୟାଙ୍କକ ୦୬/୧୨: ମିଆଁମାରର ଗଣତନ୍ତ୍ର ସମର୍ଥକ ନେତା ଆଙ୍ଗ ସାନ ସୁକିଙ୍କୁ ଚାରି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ସୁକି ଙ୍କ ଉପରେ କରୋନା କଟକଣା ଉଲ୍ଲଂଘନ କରିବା ସହ ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି । ଜଣେ ଆଇନଜୀବୀ ଏହି ଦଣ୍ଡ ବିଷୟରେ ସୁକିଙ୍କୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଫେବୃଆରୀ ୧ରେ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା ।

ଏହାସହ ସୁକିଙ୍କ ସମର୍ଥିତ ସରକାରକୁ ହଟାଇ ଦିଆଯାଇଥିଲା । ସେବେଠାରୁ ୭୬ ବର୍ଷୀୟ ସୁକିଙ୍କ ବିରୋଧରେ ଅନେକ ମକଦ୍ଦମା ତାଲୁ ରହିଥିଲା । ଯେଉଁଥିରୁ ଗୋଟିଏ ଦଣ୍ଡରେ ତାଙ୍କୁ ଦଣ୍ଡିତ କରାଯାଇଛି । ଗତ ବର୍ଷ ନଭେମ୍ବରରେ, ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ବହୁ ସଂଖ୍ୟକ ସାମିଲ ହୋଇଥିଲେ ସୁକିଙ୍କ ସମର୍ଥକଙ୍କ ।

ସମାବେଶରେ ଏତେ ସଂଖ୍ୟାରେ ଭିଡ ହୋଇଥିବା କାରଣରୁ ସୁକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । କାରଣ କରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ସୁକିଙ୍କୁ ହୋଇଥିବା ଦଣ୍ଡବିଧାନ ନେଇ ଜଣେ ଆଇନଜୀବୀ ସୂଚନା ଦେଇଛନ୍ତି । ତେବେ ଏସବୁଠାରୁ ଗଣମାଧ୍ମକୁ ଦୂରେଇ ରଖାଯାଇଛି ।

ମିଆଁମାରର ଆଭ୍ୟନ୍ତରୀଣ ରାଜନୀତିକୁ ବୁଝୁଥିବା ଲୋକେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ​​ତାଙ୍କୁ ଦୂରେଇ ରଖିବା ଏବଂ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏଭଳି ଷଡଯନ୍ତ୍ରି ରଚାଯାଇଛି । ସୂଚନା ଥାଉକି, ମିଆଁମାରର ସମ୍ବିଧାନ ଅନୁଯାୟୀ, କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ନାହିଁ । ଏହା ବ୍ୟତୀତ ସେ କୌଣସି ସାମ୍ବିଧାନିକ ପଦବୀରେ ମଧ୍ୟ ବସିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.