Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଉ ଦିନକ ପରେ ଆସିବ ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌, ଆଶଙ୍କା ଭିତରେ ଓଡ଼ିଶାବାସୀ, କଣ ନିଷ୍ପତ୍ତି ନେବେ ସରକାର!

29/07/2021 at 10:14 PM

ଭୁବନେଶ୍ୱର, ୨୯/୦୭: ଆଉ ଦିନକ ପରେ ଆସିବ ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ । ଜୁଲାଇ ୩୧ରେ ସାରା ରାଜ୍ୟରେ ଆଂଶିକ ଲକଡାଉନ୍‌ ସରୁଛି । ତେବେ ଅଗଷ୍ଟ ୧ରୁ ରାଜ୍ୟରେ ଅନଲକ୍‌ ଫର୍ମୁଲା କ’ଣ ହେବ ତାକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ । ରାଜ୍ୟର ଅଧିକାଂଶ ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ହେଁ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାକୁ ନେଇ ବଢ଼ିଛି ଚିନ୍ତା ।

ଅଗଷ୍ଟ ୧ରୁ କ’ଣ ହେବ ନୂଆ ଗାଇଡ ଲାଇନ ଅନଲକକ  ହେବ କି ଓଡିଶା ?  ନା’ ପୂର୍ବଭଳି  A, B ଫର୍ମୁଲା ଆପଣାଇବେ ରାଜ୍ୟ ସରକାର ।  ଏହା ଉପରେ ଏବେ ସମସ୍ତଙ୍କ ନଜର । କାରଣ  ଏବେ ବି ୫ ଜିଲ୍ଳାରେ ସଂକ୍ରମଣ କମିନି । ବିଶଷକରି ଖୋର୍ଦ୍ଧା, କଟକ  ଏବଂ ପୁରୀ ପଜେଟିଭ ସଂଖ୍ୟା ତିନି ଅଙ୍କରେ ରହିଛି । ସେପଟେ ଅଗଷ୍ଟରୁ ଅକ୍ଟୋବର ଭିତରେ କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ତେଣୁ ରାଜ୍ୟର ଦୈନିକ ସଂକ୍ରମଣ ହାର, ଲୋକଙ୍କ କୋଭିଡ ନିୟମ ଅନୁପାଳନ ଏବଂ କେସ ଲୋଡ ଦେଖି ଅନଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ ସରକାର । କଟକ ଏବଂ ଖୋର୍ଦ୍ଧାରେ ଅନଲକ ହେବାର ସମ୍ଭାବନା ନାହିଁ । ସଂକ୍ରମଣ କମୁନଥିବାରୁ କଟକଣା ବିଶେଷ କୋହଳ ହୋଇନପାରେ । 

ତେବେ ସାରା ରାଜ୍ୟରେ କୋଭିଡ୍‌ ନିୟମ ପାଳନ ସହ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇପାରନ୍ତି ସରକାର । ଦୈନିକ ସକ୍ରମଣ ୨ ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ ଖୋଲିବା ପାଇଁ ମିଳିପାରେ ଅନୁମତି । ଏହା ସହିତ ଉପକୂଳ ୫ ଜିଲ୍ଲାରେ ଦୋକାନବଜାର ଖୋଲିବା ସମୟକୁ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଏହା ସହିତ ନାଇଟ କର୍ଫ୍ୟୁ  ଏବଂ  ସାପ୍ତାହିକ ସଟ ଡାଉନ ଜାରି ରହିପାରେ ।   

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ୧୫ ଦିନ ହେଲାଣି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ହଜାର ତଳେ ରହୁଛି । ପୂର୍ବରୁ ରାଜ୍ୟ ସରକାର  ବସ ଚଳାଚଳ, ସ୍କୁଲ-କଲେଜ, ଜିମ, ଛୋଟ ଛୋଟ ସୋରୁମ, ଦୋକାନ ବଜାର ଖୋଲିବା ପାଇଁ ରାଜ୍ୟସରକାର ଅନୁମତି ଦେଇଛନ୍ତି । ତେଣୁ ଆଗକୁ ମନ୍ଦିର ଓ ବିଭିନ୍ନ ଧର୍ମାନୁଷ୍ଠାନ, ମଲ ଏବଂ ସିନୋମା ହଲ ଖୋଲିବାକୁ, ବିଭିନ୍ନ ସଂଗଠନ ଦାବି କରିଛନ୍ତି ।

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର ଥିବାବେଳେ ଦେଶରେ କିନ୍ତୁ ସଂକ୍ରମଣ ବଢ଼ୁଛି। ଆଜି ଗୋଟିଏ ଦିନରେ ୪୩ ହଜାର ୫୦୯ ପଜେଟିଭ ଚିହ୍ନଟ ହୋଇଛନ୍ତି । କେବଳ କେରଳରୁ ୨୨ହଜାର ୫୬ ଜଣ ଚିହ୍ନଟ ହୋଇଛନ୍ତି । ଯାହାକି ସମୁଦାୟ ପଜେଟିଭ ସଂଖ୍ୟାର ୩୭.୧ ପ୍ରତିଶତ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର  କେରଳକୁ ଏକ ୬ ଜଣିଆ ଟିମ ପଠାଇଛନ୍ତି । ସେହପରି ମହାରାଷ୍ଟ୍ରରୁ ୬ ହଜାର ୮୫୭ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ।

   Related Posts