Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କିଏ ଏ ମଧୁ ? ଯାହା ସହ କୃଷ୍ଣଚନ୍ଦ୍ରଙ୍କ ଥିଲା ପରକୀୟା ପ୍ରିତୀ… ମଧୁଙ୍କ ଅଡିଓ ଏବେ ହେଉଛି ଭାଇରାଲ…ଜାଣନ୍ତୁ ପୂରା ଘଟଣା

7/10/2019 at 4:59 PM

ଜଗତସିଂହପୁର ୭|୧୦; ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା  ଦା ଗାଁ ପ୍ରାଥମିକ ଵିଦ୍ୟାଳୟ ଛାତ ଉପରୁ ଗତ କାଲି ଅର୍ଧ ଦଗ୍ଧ  ଅବସ୍ଥାରେ ନୟାଗଡର କୃଷ୍ଣଚନ୍ଦ୍ର ଚମ୍ପତିରାୟଙ୍କ ମୃତଦେହ ମିଳିବାପରେ ବିଭିନ୍ନ ଖବର ପଦାକୁ ଆସିବାରେ ଲାଗିଛି । ପରକୀୟା ପ୍ରୀତି ପାଇଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ଅଭିଯୋଗ କରୁଥିବାବେଳେ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଡିଓରେ କେହିଜଣେ ପୋଲିସର ପରିଚୟ ଦେଇ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁଙ୍କ ସହ କେହିଜଣେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳୁଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୃଷ୍ଣ ଓ ମଧୁଙ୍କ ମଧ୍ୟରେ ପରକୀୟା ପ୍ରିତୀ ଥିବା ମଧୁ ଏହି ଅଡିଓରେ ସ୍ବାକାର କରୁଛନ୍ତି । ଅଡିଓରୁ ମିଳୁଥିବା ସୂଚନା ଅନୁସାରେ ମଧୁ ଏବେ କଟକ ପିଠାପୁରରେ ରହୁଛନ୍ତି । ଜଗତସିଂହପୁରର ଦା ଗାଁ ରେ ନିଜ ପୈତୃକ ଘର ଥିଲେ ମଧ୍ୟ କଟକ ପିଠାପୁରରେ ମଧ୍ୟ ତାଙ୍କ ବାପାଙ୍କ ଏକ ଘର ରହିଛି ଓ ସେଠାରେ ରହୁଥିବା ଜଣାପଡିଛି ।

ମଧୁଙ୍କ ଶ୍ବଶୁରଘର ମଧ୍ୟ କଟକରେ । ତେବେ ଏବେ କିଛିଦିନ ହେଲା ପିଠାପୁରସ୍ଥିତ ବାପ ଘରକୁ ବୁଲିଆସିଥିବା କହିଛନ୍ତି । କୃଷ୍ଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ମଧୁ ସ୍ବୀକାର କରିବା ସହ ଏବେ ସେ ପଦାରେ ପଡିଯିବା ଭୟରେ କାନ୍ଦୁଥିବା ଭାଇରାଲ ଅଡିଓରୁ ଶୁଣିବାକୁ ମିଳିଛି । ପୋଲିସ ପରିଚୟଦେଇ ତାଙ୍କୁ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ସେ ଅନୁନୟ ହୋଇ କିଛି ଗୋଟେ କରିବା ଲାଗି ଅନୁରୋଧ କରୁଥିବା ମଧ୍ୟ ଶୁଣିବାକୁ ମିଳିଛି ।

ଏହି ଘଟଣାପରେ  ତାଙ୍କ ପାରିବାରି ଜୀବନ ନଷ୍ଟ ହୋଇଯିବ ବୋଲି ସେ ଆଶଂକା ପ୍ରକାଶ କରୁଥିବା ମଧ୍ୟ କହିଛନ୍ତି ।  ସେ ୫ ବର୍ଷ ହେଲା ବିବାହ କରିଛନ୍ତି । ଏସବୁ ଶୁଣିଲେ ତାଙ୍କ ଶ୍ବଶୁର ଘରେ ସମସ୍ୟା ହେବ ବୋଲି ମଧ୍ୟ ସେ କହିଛନ୍ତି । ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜଗତସିଂହପୁର ଥାନାରେ ପହଞ୍ଚିଲେଣି ନାହିଁ ତାହା ମଧ୍ୟ ମଧୁ ଜାଣିବାକୁ ଚାହିଁଛନ୍ତି ।

ଅତୀତରେ ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ତାଙ୍କ ସହ କଥା ହୋଇ କୃଷ୍ଣଙ୍କ ସହ ସମ୍ପର୍କ ନରଖିବା ଲାଗି ତାଗିଦ କରିଥିବା ମଧୁ ସୂଚନା ଦେଇଛନ୍ତି । କୃଷ୍ଣଙ୍କ ମୋବାଇଲରୁ ମିଳିଥିବା ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ସେମାନେ ଏକଦା ଉଠାଇଥିଲେ ଓ ଏହି ଫୋଟୋ କେବଳ କୃଷ୍ଣଙ୍କ ମୋବାଇଲରେ ହିଁ ଥିଲା ବୋଲି ମଧୁ ପ୍ରକାଶ କରିଛନ୍ତି । ତେବେ ଏହି ଫଟୋରେ କ୍ରସ ଚିହ୍ନ କୃଷ୍ଣଙ୍କ ଚେହେରା ଉପରେ କାହିଁକି ରହିଛି ବୋଲି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି ମଧୁ ।

ସୂଚନାଯୋଗ୍ୟ ଯେ, ନିଆଁରେ ପୋଡି ହୋଇ ମୃତ୍ୟୁ ହେବାପୂର୍ବରୁ କୃଷ୍ଣ ଘଟଣାସ୍ଥଳରେ ଏକ କାନ୍ଥରେ ନିଜ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ଚିହ୍ନଟ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହା ଆତ୍ମହତ୍ୟା ହେଉ କି ହତ୍ୟା , ଘଟଣା ପଛରେ ମଧୁଙ୍କ ଭୂମିକା ନିଶ୍ଚୟ ରହିଛି । ପୋଲିସ କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧୁଙ୍କୁ ଜେରା କରିନାହିଁ । ମଧୁ ବିବାହିତା ହୋଇଥିବାରୁ ପୋଲିସ ଅଧିକ ସତର୍କତା ଗ୍ରହଣ କରୁଛି । ପୋଲିସର ସାମାନ୍ୟ ଭୁଲ ମଧୁଙ୍କ ପାରିବାରିକ ଜୀବନକୁ ଛାରଖାର କରିଦେଇପାରେ । କୃଷ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡିଛି ।   

 ମୃତକ ନୟାଗଡ଼ ଜିଲା ଚାନ୍ଦପୁର ଥାନା କୋକାକାଇ ଗାଁର  କୃଷ୍ଣଚନ୍ଦ୍ର ଚମ୍ପତିରାୟ ବୋଲି ଆଜି ସକାଳେ ପରିଚୟ ମିଳିଥିଲା ।  ପରକିୟା  ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରା ଯାଇ ଥିବାର ମଧ୍ୟ ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ଏହାର ପ୍ରମାଣ ମଧ୍ୟ ଲାଗିଛି ପୋଲିସ ହାତରେ । କୃଷ୍ଣଚନ୍ଦ୍ର ମରିବା ପୂର୍ବରୁ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ମାର୍କ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ହତ୍ୟାକାଣ୍ଡ ସହ ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁର ଭୂମିକା ରହିଛି ।

ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆଜି ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା । ପରକୀୟା  ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ହୋଇଛି ଅଭିଯୋଗ କରିଥିଲେ ପରିବାର ଲୋକେ ।ନୟଗଡ ଜିଲ୍ଲା କାଞ୍ଚନପୁର  କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଗତ ୮ ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଗାଁରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । କୃଷ୍ଣଙ୍କ ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କୃଷ୍ଣଚନ୍ଦ୍ର ଓ ମଧୁଙ୍କର କିଛି ଆପତ୍ତିଜନକ ଜଏଣ୍ଟ ଫଟୋ ହସ୍ତଗତ ହୋଇଥିବା ବେଳେ ଏହି ଫଟୋରେ କୃଷ୍ଣଚନ୍ଦ୍ରଙ୍କର ମୁହଁରେ ନାଲି ରଙ୍ଗର ଛକି ମରା ଯାଇଥିବାର ଦେଖା ଯାଇଛି । ତେବେ ଏ ଛକି କିଏ ମାରିଲା ଓ କାହିଁକି ଛକି ମାରିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସମ୍ପୃକ୍ତା ମହିଳା ମଧୁହିଁ ତାଙ୍କୁ ଡକାଇ ହତ୍ୟା କରିଥିବାର ଅଭିଯୋଗ ହେଉଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦା ଗାଁ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଏହି ଘଟଣା ଘଟିଥିଲା ।   ଗତ ଶନିବାର ବିଳମ୍ବିତ ରାତିରେ ଗ୍ରାମବାସୀ ମାନେ  ନିକଟସ୍ଥ ମନ୍ଦିରରେ ପୂଜା କରୁଥିବା ବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର ଶୁଣିଥିଲେ । ପାଟି  ଶୁଣି  ଗ୍ରାମବାସୀ ମାନେ ସ୍କୁଲ ନିକଟରେ ପହଁଚି ଜଣେ ବ୍ୟକ୍ତି ସ୍କୁଲ ଛାତ ଉପରେ ପୋଡି ଯାଉଥିବା ଦେଖିଥିଲେ ।

ଗ୍ରାମବାସୀ ତୁରନ୍ତ ନିଆଁ ଲିଭାଇବା ସହ ବାଲିକୁଦା ପୋଲିସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଡକାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  ସମ୍ପୃକ୍ତ ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ତାଙ୍କର ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି କହିଥିଲେ ମଧ୍ୟ ନିଜର ନାଁ କହି ପାରି ନଥିଲେ । ତାପୂର୍ବରୁ ତାଙ୍କର ପାଟି ବନ୍ଦ ହୋଇ ଯାଇଥିଲା ।

 ଘଟଣା ସ୍ଥଳରେ ବାଲିକୁଦା ପୋଲିସ ଓ ଜଗତସିଂହପୁର ଏସ୍ଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲ ଏବେ ଛୁଟି ଥିବା ବେଳେ ଏହି ବ୍ୟକ୍ତି ଜଣକ  ସ୍କୁଲ ଛାତ ଉପରକୁ କିପରି ଆସିଲେ ଓ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ବାବଦରେ ପୋଲିସ ତଦନ୍ତ ଚଳାଇଛି ।ଏହି ଦଦନ୍ତବେଳେ ଦେହରେ ନିଆଁ ଲାଗିବା ପରେ କାନ୍ଥରେ ନିଜ ରକ୍ତ ସାହାର୍ଯ୍ୟରେ ମଝୁ ବୋଲି କୃଷ୍ଣଚନ୍ଦ୍ର ଲେଖିଥିବା ପୋଲିସ ଦେଖିପାରିଛି ।  

   Related Posts