Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମୀନ ସାହୁଙ୍କ ବିରୋଧରେ ସଂଗୀନ ଅଭିଯୋଗ : ଅଡିଓ ହେଉଛି ଭାଇରାଲ

15/03/2019 at 4:57 PM

ଭଦ୍ରକ ୧୫|୩ (ସର୍ବେଶ୍ବର ନାଥ): ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ଟଙ୍କା ଦେଲେ ମିଳୁଛି ଲେବର କାର୍ଡ଼ । କିଛି ଦଲାଲଙ୍କୁ ମାଧ୍ୟମ କରି ଏମିତି କଳା କାରନାମା ଚଳାଇଥିବା ଶ୍ରମ ଅଧିକାରୀଙ୍କ ଅସଲ ଚେହେରା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଜଣେ ଦଲାଲ୍‌ ଓ ମାଡାମଙ୍କ ଭିତରେ ଟଙ୍କା କାରବାରକୁ ନେଇ  ଫୋନ୍‌ରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଏପଟେ ଶ୍ରମିକଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର । ହେଲେ ସେପଟେ ନିଜ ପଦବୀର ଫାଇଦା ଉଠାଇ ଟଙ୍କା ରୋଜଗାର ଯୋଜନାରେ ବ୍ୟସ୍ତ ଶ୍ରମ ଅଧିକାରୀ । ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମୀନ ଏସ୍‌ ସାହୁଙ୍କ ବିରୋଧରେ ଆସିଛି ଏଭଳି କିଛି ସଂଗୀନ ଅଭିଯୋଗ । କିଛି ଦଲାଲଙ୍କ ମାଧ୍ୟମରେ ଟଙ୍କା ନେଇ ବାଣ୍ଟୁଛନ୍ତି ଲେବର କାର୍ଡ଼ । ଯିଏ ଟଙ୍କା ଦେଉଛି, ତାକୁ ଅତି ସହଜରେ ଲେବର କାର୍ଡ଼ ଖଣ୍ଡେ ମିଳିଯାଉଛି । ଆଉ ଯିଏ ଟଙ୍କା ନଦେଲା ତା’ର ଭାଗ୍ୟ ଖରାପ । ପୂର୍ବରୁ ମାଡାମଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ଏବେ ଏକ ଅଡ଼ିଓ ଭାଇରାଲକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଯେଉଁଥିରେ ମାଡାମ ଜଣେ ଦଲାଲଙ୍କ ସହ ଲେବରକାର୍ଡ ପାଇଁ ମୂଲଚାଲ କରୁଥିବାର ଶୁଣିବାକୁ ମିଳୁଛି ।

ମାଡାମଙ୍କ କଥାବାର୍ତ୍ତାର ଏହି ଅଡିଓ କ୍ଲିପିଂକୁ ଶୁଣିବା ପରେ ଆମେ ଏ ସମ୍ପର୍କରେ ସଂପୃକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ କଥା ହୋଇଥିଲୁ ।

ମାଡାମ କହୁଛନ୍ତି କତାବାର୍ତ୍ତା ସତ । ହେଲେ ଲେବରକାର୍ଡ ବଦଳରେ ସେ କୌଣସି ଲାଂଚ ନେଉନାହାନ୍ତି ବରଂ ଅଫିସ ଖର୍ଚ୍ଚ ବାବଦରେ କିଛି ଟଙ୍କା ନେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାରୀ ଅଫିସରେ ପୁଣି ଅଫିସ ଖର୍ଚ୍ଚ ନାଁରେ କୌଣସି ଅଧିକାରୀ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ସଂଦେହ ସୃଷ୍ଟି କରୁନି କି ?  ମାଡାମଙ୍କ ଏମିତି ଏକସପ୍ଲାନେସନକୁ କିନ୍ତୁ ଲୋକେ ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି ।

 ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ପାଖରେ ବାରମ୍ବାର  ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏମିତିରେ ଆମେ କ’ଣ ଏୟା ବୁଝିବା ଯେ, ଏଭଳି ଦୁର୍ନୀତିରେ କେବଳ ଜିଲ୍ଲା ଶ୍ରମ ଅଧିକାରୀ ନୁହନ୍ତି, ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି କି ? ନହେଲେ ଅଭିଯୋଗ ପରେ ଆକ୍ସନ ନହେବାର କାରଣ କ’ଣ ହୋଇପାରେ ?

   Related Posts