କ୍ୟାପିଟାଲ ଥାନା IIC ଙ୍କୁ ଖଣ୍ଡା ଦରକାର! ସୋସିଆଲ ମିଡିଆରେ ବୁଲୁଛି ଅଡିଓ, ଶୁଣନ୍ତୁ ସେମାନଙ୍କ କଥା..

Published By : Prameya-News7 Bureau | May 12, 2020 IST

ଭୁବନେଶ୍ବର୧୨/୫: ଲଭ,ସେକ୍ସ , ଧୋକ୍କା ମାମଲାରେ କ୍ୟାପିଟାଲ ଥାନାର ଏସ୍‌ଆଇ ସସ୍‌ପେଣ୍ଡ ହେବା ପରେ ବି କ୍ୟାପିଟାଲ ଥାନାକୁ ନେଇ ବିବାଦ ଥମୁନି। ବରଂ ଏଥିରେ ଆସିଛି ଟ୍ବିଷ୍ଟ। ସେହି ଟ୍ବିଷ୍ଟ ଏବେ ଥାନା ଆଇଆଇସିଙ୍କ ଆଡକୁ ଟର୍ଣ୍ଣ କରିଛି। ଏବେ ସୋସିଆଲ ମିଡିଆରେ ବୁଲୁଛି ଏକ ଅଡିଓ। ସେହି ଅଡିଓରେ କ୍ୟାପିଟାଲ ଥାନା ଆଇଆଇସିଙ୍କ ସ୍ବର ଭଳି ସ୍ବର ଶୁଭୁଛି। ଆଇଆଇସିଙ୍କୁ ଦରକାର ହେଉଛି ଏକ ଖଣ୍ଡା। ସେ ଅନ୍ୟ ଜଣଙ୍କୁ କହୁଛନ୍ତି, ଆର୍ମସ ଆକ୍ଟ ଲାଗିଛି, ଖଣ୍ଡଟେ ନେଇ ଆ। ସେପଟ ସ୍ବର ସସ୍‌ପେଣ୍ଡ ହୋଇଥିବା ଏସ୍‌ଆଇଙ୍କ ସ୍ବର ଭଳି ଲାଗୁଛି। ସେ କହୁଛନ୍ତି, ହଁ ଖଣ୍ଡଟେ ଆଣି ଦେବି। ଏହା ପରେ ଦୁହେଁ କିଛି ଅସମ୍ପୂର୍ଣ୍ଣ ଏବଂ ଅଧା ବାକ୍ୟରେ କଥା ହେଉଛନ୍ତି। ଯାହାକି ନିର୍ଦ୍ଦିଷ୍ଟ ଭାବେ ଜାଣିବା କଠିନ ହେଉଥି​‌ଲେ ବି ବିଭିନ୍ନ ଅପରାଧିକ ମାମଲା ବୋଲି ମନେ ହେଉଛି। ଆଇଆଇସିଙ୍କ ନିର୍ଦ୍ଦେଶ ଏବଂ କଥା ସବୁକୁ ହଁ ମାରି କାର୍ଯ୍ୟକାରୀ କରିବେ ବୋଲି ଅପରପକ୍ଷର କଣ୍ଠସ୍ବର କହୁଛି। ଶୁଣନ୍ତୁ ଏହି ରେକର୍ଡିଂ..... ଏହା ଯଦି ସତ ଅଡିଓ ହୋଇଥାଏ ତେବେ ସାଙ୍ଘାତିକ ନିଶ୍ଚୟ...

wp:html /wp:html

କେବଳ ଗୋଟିଏ ଅଡିଓ ନୁହେଁ, ଏପରି ଏକାଧିକ ଅଡିଓ ଆସିଛି। ସୋସିଆଲ ମିଡିଆରେ ବୁଲୁଥିବା ଅଡିଓରେ ରହିଥିବା କଣ୍ଠସ୍ବର ସବୁ ନିଲମ୍ବିତ ଏସ୍ଆଇଙ୍କ ସହ ଆଉ କିଛି ପୋଲିସ୍ କର୍ମଚାରୀ ଏବଂ ଅଭିଯୁକ୍ତଙ୍କର ବୋଲି ମନେ ହେଉଛି। ଏହାସହ ଅଡିଓରେ ଥିବା ଏକ ନିର୍ଦ୍ଦିଷ୍ଟ କଣ୍ଠସ୍ବର ଜଣେ ମହିଳାଙ୍କର, ଯାହାକୁ ନେଇ ସନ୍ଦେହ ଓ ଆଲୋଚନା ବେଶି। ଏହି ଅଡିଓ ଗୁଡିକ ତଦନ୍ତ ହେଲେ ବହୁ କଥା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି। ଯଦି ଅଡିଓ ସତ ହୋଇଥାଏ ତାହେଲେ ଅପରାଧ ଓ ପୋଲିସ୍‌ ମଧ୍ୟରେ ମଧୁଚନ୍ଦ୍ରିକାର ସଙ୍କେତ ବି ମିଳିଯିବ। ତେଣୁ ଏହାର ଯଥାର୍ଥ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଜରୁରୀ। ଏହା ହୁଏତେ ଖାକୀର ଦାଗ ଲିଭାଇରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.