ଅଡିଓ କ୍ଲିପ୍ ଭାଇରାଲ: ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଆଇଆଇସିଙ୍କ ବଦଳି

Published By : Prameya-News7 Bureau | August 24, 2020 IST

ଭଦ୍ରକ୨୪/୮: ଅଡିଓ କ୍ଲିପ୍ ଭାଇରାଲ ଘଟଣାରେ ଭଣ୍ଡାରିପୋଖରୀ ଆଇଆଇସିଙ୍କ ବଦଳି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ବାଲି ମାଫିଆଙ୍କ ସହ ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍‌ ଭାଇରଲ ହୋଇଥିଲା। ବାଲି ମାଫିଆଙ୍କ ସହ ଫୋନରେ ବାର୍ତ୍ତାଳାପ ଅଡିଓରେ ଭଣ୍ଡାରିପୋଖରୀ ଥାନାଧିକାରୀଙ୍କ ସ୍ୱର ବୋଲି ଜଣାପଡିଥିଲା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ବୈତରଣୀ ନଦୀରୁ ଚୋରା ବାଲି ଉଠାଣ ଓ ପରିବହନ କରୁଥିବା ମାଫିଆଙ୍କ ସହ ଫୋନରେ ନିଜେ ଥାନାଧିକାରୀ କଥାବାର୍ତ୍ତା ହେଉଥିବାର ଅଡିଓରୁ ଜଣାପଡିଥିଲା। କିନ୍ତୁ ରେକର୍ଡ଼ିଂରେ କଥା ହୋଇଥିବା ଗାଡି ମାଲିକ କହିଥିଲେ ଯେ, ସେ ରେକର୍ଡ଼ିଂ କରି ନାହାନ୍ତି । ତାଙ୍କୁ କେହି ଜଣେ ମୋବାଇଲ ପକେଟରେ ରଖିବା ପାଇଁ କହିଥିଲେ , କିନ୍ତୁ ସେ ଥାନାଧିକାରୀଙ୍କୁ ଟଙ୍କା ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.