Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଡିଓ କ୍ୟାସେଟ୍ ଉଦ୍‌ଭାବକ ଲୋଉ ଓଟେନ୍ସଙ୍କ ପରଲୋକ, ୯୪ ବର୍ଷ ବୟସରେ ହେଲା ମହାପ୍ରୟାଣ

12/03/2021 at 10:26 PM

ଦି ହେଗ୍ ୧୨।୩: କେବେ ବିଶ୍ୱର ଲକ୍ଷଲକ୍ଷ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ଥିବା କ୍ୟାସେଟ୍‌ ଟେପ୍‌ର ଡଚ୍‌ ଆବିସ୍କାରକ ଲୋଉ ଓଟେନ୍ସ ଆଉ ନାହାନ୍ତି। ଅଡିଓ କ୍ୟାସେଟ୍‌ ପରେ ଓଟେନ୍ସ କମ୍ପାକ୍ଟ ଡିସ୍କ (ସିଡି)ର ମଧ୍ୟ ଉଦଭାବକ ଥିଲେ। ତାଙ୍କ ପରଲୋକ ନେଇ ଫିଲପାଇନ୍ସ କମ୍ପାନୀ ସୂଚିତ କରିଛି। ଏହି କମ୍ପାନୀ ସିଡି ବିକଶିତ କରିବାରେ ଓଟେନ୍ସଙ୍କ ସହାୟତା କରିଥିଲା। ଓଟେନ୍ସଙ୍କ ୯୪ ବର୍ଷ ବୟସରେ ଶୁକ୍ରବାର (ସ୍ଥାନୀୟ ଦିନ ଶନିବାର) ପରଲୋକ ହୋଇଥିବା କମ୍ପାନୀ ଘୋଷଣା କରିଛି।

ଓଟେନ୍ସ ପେଷାରେ ଜଣେ ଇଞ୍ଜିନିୟର ଥିଲେ। ସେ ଡେଲଫ୍ଟର ଫ୍ରଶିଦ୍ଧ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇଥିଲେ। ୧୯୫୨ ମସିହାରେ ସେ ଫିଲପାଇନ୍ସ ଚାଲିଆସିଥିଲେ। ଏଠାରେ ଏକ ଡଚ୍‌ କମ୍ପାନୀରେ ଉତ୍ପାଦ ବିକାଶ ବିଭାଗର ମୁଖ୍ୟ ଥିଲେ। ସେ ସମୟର ଟେପ ରେକର୍ଡର ଲାଗି ବିକଳ୍ପ ସେ ହିଁ ଉଦଭାନ କରିଥିଲେ। ସେ ସମୟର ଓଜନଦାର ଟେପ୍ ଓ ରେକର୍ଡର ସ୍ଥାନରେ ପ୍ରଥମ କରି କମ୍ପାକ୍ଟ କ୍ୟାସେଟ୍ ବିକଶିତ କରିଥିଲେ। ଯାହା ଦେଶ ଦୁନିଆରେ ବେଶ ଆଦ୍ରୁତ ହୋଇପାରିଥିଲା।

ଓଟେନ୍ସ ବିକଶିତ କରିଥିବା ଅଡିଓ କ୍ୟାସେଟ୍‌ ଓ ରେକର୍ଡର ପ୍ରଚଳିତ ଟେପରେକର୍ଡର ଠାରୁ ବହୁତ ହାଲୁକା ଓ ସହଜରେ ପରିବହନ ଯୋଗ୍ୟ ଥିଲା। ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରିଥିଲେ। ୧୯୬୨ରେ ଓଟେନ୍ସ ଉଦଭାନ କରିଥିବା ଟେପରେକର୍ଡର ସାରା ବିଶ୍ୱରେ ଆଦ୍ରୁତ ହେବା ସହ ବେଶ ଲୋକପ୍ରିୟ ମଧ୍ୟ ହୋଇପାରିଥିଲା। ନୂଆ ନୂଆ ଉଦଭାବନ ବେଳେ ଓଟେନ୍ସଙ୍କ ଅଡିଓ କ୍ୟାସେଟ୍ ୧୦୦ ବିଲିୟନରୁ ବି ଅଧିକ ବିକ୍ରି ହୋଇଥିଲା।

ସେତେବେଳେ ଲୋକେ ରେଡିଓରୁ ସେମାନଙ୍କ ପସନ୍ଦର ଗୀତ ଏହି କ୍ୟାସେଟରେ ରେକର୍ଡ କରି ରଖୁଥିଲେ, ଯାହାକୁ  ଅବସର ସମୟରେ ସେମାନେ ଚିତବିନୋଦନ ପାଇଁ ଉପଯୋଗ କରୁଥିଲେ। ପରେ ଏହାର  ଅନେକ ଆଧୁନିକ ସଂସ୍କରଣ ଆସିବା ସହ ମନୋରୁ ଷ୍ଟେରିଓକୁ ବିକଶିତ ହୋଇଥିଲା।

   Related Posts