ବନ୍ଧୁତାର ଅଭିନୟ କରି ଯୁବତୀଙ୍କୁ ଅପହରଣ ଅଭିଯୋଗ: ଭିନ୍ନ ସଂମ୍ପ୍ରଦାୟର ଯୁବକଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଅଭିଯୋଗକାରିଣୀଙ୍କ ଅଡିଓ କଲ ଭାଇରାଲ

Published By : Prameya-News7 Bureau | December 17, 2020 IST

ଚଣ୍ଡିଖୋଲ/ଯାଜପୁର୧୭/୧୨:  ‘ବୋଉ ତୁ ବାପାଙ୍କୁ କହି ଯେମିତି ହେଲେ ମୋତେ ଏଠୁ ନେଇଯାଆ, ନହେଲେ ତମେ ମୋତେ ଆଉ ପାଇବନି, ସେମାନେ ମୋତେ ମାରି କୋଉଠି ଫୋପାଡ଼ି ଦେବେ’’। ଜନୈକା ଯୁବତୀଙ୍କ ଅଡିଓ କଲ ଭାଇରାଲ ହେବାର ଲାଗିଛି। ସୂଚନାଥାଉକି ଧର୍ମଶାଳା ଥାନା ଅଞ୍ଚଳର ଜନୈକା ଯୁବତୀ 'ଲଭ୍ ଜିହାଦ୍'ର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଜୀବନ ବଞ୍ଚାଇବାକୁ ଫୋନ୍ ମାଧ୍ୟମରେ ନିଜ ମାଆଙ୍କୁ ଆକୁଳ ନିବେଦନ କରୁଛନ୍ତି ଝିଅ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ୍ ମାମଲାଟିକୁ ଅଧିକ ଗମ୍ଭୀରତାର ସହ ଗ୍ରହଣ କରି ଯଥାଶୀଘ୍ର ଅପହୃତାଙ୍କୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ଉଠିଛି। ଶୁଣନ୍ତୁ ଯୁବତୀ ତାଙ୍କ ମାଆଙ୍କୁ କଣ କହୁଛନ୍ତି....

wp:html /wp:html

ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜନୈକା ଯୁବତୀଙ୍କ ସହିତ ପଡୋଶୀ ଚୋରମୁହାଁ ଗ୍ରାମର ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଅବଦୁଲ ସେହମତ୍ ଖାଁ ଓରଫ ବବି ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ। ଗତ ୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ନିଜର ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ତାଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି।  

ଅପହରଣ ପରେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାର ଭୟ ଦେଖାଇବା ସହ ମାଡ଼ ମାରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।  ଯୁବତୀଙ୍କୁ ମୁସଲମାନ ରୀତିନୀତିରେ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଥିବା ଏବଂ ତାଙ୍କ ଉପରେ ଗୁଣିଗାରେଡ଼ି ପ୍ରୟୋଗ କରି ମାନସିକ ଶୋଷଣ କରୁଥିବା କଥା ଝିଅ ଠାରୁ ଫୋନ୍ ଯୋଗେ ଜାଣିବା ପରେ ତାଙ୍କ ପିତା ଥାନାରେ ଏତଲା ଦେଇଥିଲେ।

ଏହାସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଛି। ଏଯାଏଁ କୌଣସି ସଫଳତା ମିଳି ପାରିନାହିଁ। ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.