Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଦେଖିବୁ, ଡିକିରେ ମାଲ ଅଛି, ଏମିତି ପରଓ୍ବାର୍ଡ କରିବି ଯେ ୫ ବର୍ଷ ଜେଲ୍‌ରେ ରହିବୁ’: ବ୍ରାଉନ୍‌ସୁଗାର ମାଫିଆଙ୍କ ସହ ଥାନା ବାବୁଙ୍କ ଡିଲିଙ୍ଗସ୍, ଶୁଣନ୍ତୁ

13/08/2020 at 9:32 PM

ଜଳେଶ୍ବର୧୩/୮: କରୋନା କଟକଣାକୁ ଖାତି ନ କରି ଲକଡାଉନରେ ଚାଲିଛି ଧଳା ଜହର କାରବାର। ବାଲେଶ୍ବର ଜିଲ୍ଲା ଜଳେଶ୍ବରକୁ ଅନ୍ୟ ରାଜ୍ୟରୁ ଆସୁଛି ଧଳା ଜହର ବା ବ୍ରାଉନ୍ ସୁଗାର। ଏନେଇ ପୂର୍ବରୁ ନ୍ୟୁଜ୭ରେ ବାରମ୍ବାର ଖବର ପ୍ରସାରଣ ହୋଇଛି। ହେଲେ ଏହି ବ୍ରାଉନସୁଗାର ରାଜ୍ୟକୁ କେମିତି ଆସୁଛି ସେ ସଂପର୍କରେ ଅବକାରୀ ବିଭାଗ ଅନେକ ସମୟରେ ଟେର୍ ପାଉନାହିଁ। ଏହି କାରବାରରେ କେତେକ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ହାତ ଥିବା ଏବେ ଅଭିଯୋଗ ହୋଇଛି। ଏପରି ଏକ ଅଡିଓ ନ୍ୟୁଜ୍ ୭ ହାତରେ ଲାଗିଛି ଯେଉଁଥିରେ ଜଣେ ଥାନା ଅଧିକାରୀ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ କଥାବାର୍ତ୍ତା ରେକର୍ଡ ରହିଛି। ଏଥିରେ ଥାନା ବାବୁ ଜଣଙ୍କ ଡ୍ରଗ୍ସ ମାଫିଆଙ୍କ ଠାରୁ ଟଙ୍କା ମାଗୁଥିବା ଜଣାପଡ଼ିଛି।

୩ ଦିନ ଭିତରେ ଆଉ ୩ ଲକ୍ଷ ଦେ ନ ହେଲେ ଯାହା ସେ କହୁଛନ୍ତି ତାକୁ କାନ ବି ଶୁଣିବନି। ପୂର୍ବରୁ କୁଆଡ଼େ ସେ ୨ ଲକ୍ଷ ନେଇଛନ୍ତି ଆଉ ଡିଲ୍ ହୋଇଥିଲା ୫ ଲକ୍ଷ ପାଇଁ। ୩ ଲକ୍ଷ ମିଳିନଥିବାରୁ ଖପ୍ପା। ମିଳିଥିବା ସୂଚନା ଅନୁସାରେ ଏହା କୁଆଡ଼େ ଆଇଆଇସିଙ୍କ ଡିମାଣ୍ଡ। ଡିମାଣ୍ଡ ପୁଣି ବ୍ରାଉନସୁଗାର ବେପାରୀଙ୍କ ଠାରୁ । ଖୋଦ୍ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ନାଁରେ ସଂଙ୍ଗୀନ ଅଭିଯୋଗ ଆସିଛି । ଗୋଟିଏ ପଟେ ଅଛନ୍ତି ଜଳେଶ୍ବର ଆଇଆଇସି। ଅନ୍ୟପଟେ ବ୍ରାଉନ ସୁଗାର ମାଫିଆ। ଶୁଣନ୍ତୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଯେଉଁଥିରୁ ଜଣାଯାଉଛି କେମିତି ବାଲେଶ୍ବରରେ ବ୍ରାଉନସୁଗାର କାରବାରରେ ଚାଲିଛି ମେଣ୍ଢାବାଳ ଜଡ଼ାତେଲ କାରବାର।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି । କିନ୍ତୁ ଅବକାରୀ ବିଭାଗ ଏବଂ ପୋଲିସ ଯେମିତି କିଛି ବି ଟେର ପାଉନାହାନ୍ତି । ବ୍ରାଉନ ସୁଗାର କେମିତି ଆସୁଛି, କିଏ ଆଣୁଛି, କେଉଁଥିରେ ଆସୁଛି , ସେସବୁର ଟିକିନିଖି ଖବର ସ୍ଥାନୀୟ ପୋଲିସ ପାଖରେ ରହିଛି । ବ୍ରାଉସୁଗାର କାରବାର ପାଇଁ ୫ ଲକ୍ଷ ଟଙ୍କା ଡିଲ ହୋଇଥିଲା । ଆଉ ଠିକ ସମୟରେ ଟଙ୍କା ନଦେବାରୁ ବଡ ବାବୁଙ୍କ ରାଗ ପଞ୍ଚମରେ ।

ଏ ନେଇ ଆମେ ଜଳେଶ୍ବର ଥାନାର ଆଇଆଇସି ଧନେଶ୍ବର ସାହୁଙ୍କ ବାରମ୍ବାର କଲ କରିଥିଲେ ବି ସେ କଲ ଉଠାଇ ନଥିଲେ । କଦଳୀ ଗାଡିରେ ଆସୁଛି ବ୍ରାଉନ ସୁଗାର । ଆଉ ଏଥିପାଇଁ ଡ୍ରଗ୍ସ ମାଫିଆଙ୍କଠାରୁ ବଡ ଆମାଉଣ୍ଟ ମଧ୍ୟ ଝଡ଼ାଉଛନ୍ତି ସାର । ତେବେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥତା ପାଲଟିଛନ୍ତି ଜଣେ ଓକିଲ । ବ୍ରାଉସୁଗାର କାରବାରର ମୁଖ୍ୟ କାର୍ଟପରଦାର ଓକିଲ ମହାଶୟ ବୋଲି କୁହାଯାଉଛି ।
ଡ୍ରଗ୍ସ ମାଫିଆଙ୍କୁ ଆଗରୁ ବହୁବାର ବେଲରେ ଆଣିଛନ୍ତି ଏହି ଓକିଲ ।

ଏପରିକି ତାଙ୍କ ପରିବାରର ଅନ୍ୟ ଲୋକଙ୍କୁ ମଧ୍ୟ ଜାମିନରେ ଆଣିଛନ୍ତି । ଏବେ କିନ୍ତୁ ମହକିଲଙ୍କ ସହ ଅଙ୍କ ଛିଣ୍ଡୁନି । ଯେଉଁଥି ପାଇଁ ଫୋନରେ ଦୁଇଜଣଙ୍କ ଭିତରେ ଆଲୋଚନା ଚାଲୁଛି । ସେହି ଅଡିଓ ଏବେ ଭାଇରାଲ ହୋଇଥିବା ବେଳେ ବାଲେଶ୍ବରରେ କେମିତି ବେଧଡକ ଭାବେ ବ୍ରାଉନସୁଗାର ପଶୁଛି ସବୁ ଚିତ୍ର ସ୍ପଷ୍ଟ ହୋଇଛି । ଏବେ ପୋଲିସର ହାତ ଥିବା ଠୋସ ପ୍ରମାଣ ମିଳିବା ପରେ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

   Related Posts