Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏ କେମିତିକା ନିୟମ : ଦାୟିତ୍ବରେ ଥିବା ଫରେଷ୍ଟର କହୁଛନ୍ତି – ନିଆଁ ଲିଭାଇବାକୁ ସାଇକେଲ୍‌ରେ ଯାଅ… ଭାଇରାଲ୍ ହେଉଛି ଅଡିଓ କଲ୍

30/04/2021 at 2:29 PM

ପାଟଣା ୩୦।୪: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବନ ବିଭାଗ କର୍ମଚାରୀଙ୍କ ଅଜବ ନିୟମ । ନିଆଁ ଲିଭାଇବାକୁ ସାଇକେଲରେ ଯାଅ ଆଉ ଗୋଟେ ଗୋଟେ ସାଇକେଲ ବାହାର କର । ଏପରି କଥା ବାର୍ତ୍ତାର ଭାଇରାଲ୍ ଅଡ଼ିଓ କଲ୍ ସାହାରପଡା ସେକ୍ସନ ଫରେଷ୍ଟର ଦାଇତ୍ବରେ ଥିବା ଫରେଷ୍ଟଗାର୍ଡ ରୂପଶ୍ରୀ ସାହୁ ଏବଂ ନିଆଁ ଲିଭାଇବା ପାଇଁ ଫାୟାର ସ୍କ୍ବାଡ୍ ରେ ନିୟୋଜିତ ହୋଇଥିବା ଅସ୍ଥାୟୀ କର୍ମଚାରୀ ରଣଜିତ ମାଠିଆଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା । ଫରେଷ୍ଟର ଦାଇତ୍ବରେ ଥିବା ଗାର୍ଡ ରୂପଶ୍ରୀ ସାହୁ ଫାୟାର ସ୍କ୍ବାଡ୍ ରଣଜିତ ମାଠିଆଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ, ପାଟଣା ରେଞ୍ଜ ଅଞ୍ଚଳରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିବା ସହ ଜଙ୍ଗଲରେ ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରିବା ପାଇଁ ପ୍ରତ୍ୟେକ ରେଞ୍ଜରେ ଫାୟାର ସ୍କ୍ବାଡ୍ ମଧ୍ୟ ଅସ୍ଥାୟୀ ଭାବରେ ନିୟୋଜିତ କରୁଛନ୍ତି  । କିନ୍ତୁ ଉପରିସ୍ଥ କର୍ମଚାରୀମାନେ ଅସ୍ଥାୟୀ କର୍ମଚାରୀଙ୍କୁ ସାଇକେଲରେ ଯିବାକୁ ପରାମର୍ଶ ଦେବା ସହ ଗୋଟେ ଗୋଟେ ସାଇକେଲ କର ବୋଲି କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି ସାଇକେଲରେ ଫାୟାର ସ୍କ୍ବାଡ୍ ନିଆଁ ଲିଭାଇକୁ ଯାଆନ୍ତି ଜଙ୍ଗଲରେ କେତେବେଳେ ପହଞ୍ଚିବେ ଆଉ ନିଆଁକୁ କେମିତି ଆୟତ୍ତ କରିବେ । ଅନ୍ୟପଟେ କୌଣସି  କାମରେ ଗଲେ ନିୟୋଜିତ ହୋଇଥିବା ଗାଡି ବ୍ୟବହାର କରୁଥିବା ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ଏ ସମ୍ପର୍କରେ ଦାଇତ୍ବରେ ଥିବା ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ନେବାରୁ ଅଫିସ ନିକଟରେ ନିଆଁ ଲାଗିଥିବାରୁ ସାଇକେଲରେ ଯିବାକୁ କହିଥିଲି ବୋଲି କହିଛନ୍ତି ।ଫାୟାର ସ୍କ୍ବାଡ୍ ର ଅସ୍ଥାୟୀ କର୍ମଚାରୀଙ୍କୁ ଫରେଷ୍ଟର ଏପରି ନିର୍ଦ୍ଦେଶ ଦେଉଥିବା ଫରେଷ୍ଟରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା ।

   Related Posts