ବାଲିଯାତ୍ରା ଶେଷ ସଂଧ୍ୟାରେ କମ୍ପିଥିଲା ଗଣକବି ବୈଷ୍ଣବ ପାଣି ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ

Published By : Prameya-News7 Bureau | November 21, 2019 IST

କଟକ ୨୧।୧୧: ବାଲିଯାତ୍ରାରେ ଚାଲିଥାଏ କିଣା ବିକା ସାଙ୍ଗକୁ ଖିଆ ପିଆ । ହେଲେ ଗଣ କବି ବୈଷ୍ଣବ ପାଣି ମଞ୍ଚରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବେଶ୍ ଉପଭୋଗ କରିଥାନ୍ତି ଦର୍ଶକ । ଶେଷ ଦିନରେ ମଞ୍ଚରେ କୋଲକତାର ଆରୋବିକ ଡ୍ୟାନ୍ସ ସାଙ୍ଗକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶିତ ଓଡିଆ ଗୀତ ମନ୍ତ୍ର ମୁଗ୍ଧ କରିଥିଲା ।

{"id":187657,"sizeSlug":"large"}

ଚଳିତ ବର୍ଷ ବାଲିଯାତ୍ରାରେ ଦୁଲୁକି ଥିଲା ଗଣ କବି ବୈଷ୍ଣବ ପାଣି ମଞ୍ଚ । ଗତ ୯ ଦିନ ଧରି ଚାଲିଥିବା ବାଲିଯାତ୍ରାର ଏହି ମଞ୍ଚରେ ଦେଖିବାକୁ ମିଳିଥିଲା ଓଲିଉଡ କଳାକାରଙ୍କ କଳା । ହିନ୍ଦୀ ଓଡିଆ ଗୀତରେ ଝୁମିଥିଲେ ଦର୍ଶକ । ତେବେ ଶେଷ ଦିନରେ ଦେଖିବାକୁ ମିଳିଥିଲା କୋଲକତାର ଏରୋବିକ ଓଡିଶୀ ନୃତ୍ୟ ।

{"id":187658,"sizeSlug":"large"}

ପରେ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ପୁରୁଣା ଓଡିଆ ଗୀତ । ଯାହା ସମସ୍ତଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ଶେଷର ଶୀତୁଆ ସଂଧ୍ୟାରେ ରାତି ଯେତିକି ବଢୁଥାଏ ଦର୍ଶକ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ସେତିକି ମଜା ନେଉଥିବାର ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.