Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାଦୀୟ ବିଜ୍ଞାପନ ହଟାଇଲା ଅଡି, କାର୍ ଆଗରେ ଛୋଟ ଝିଅଟିଏ କଦଳୀ ଖାଉଥିବାର ଚିତ୍ରକୁ ସମ୍ବେଦନବିହୀନ ବୋଲି ଆସିଥିଲା ଅଭିଯୋଗ

6/08/2020 at 4:27 PM

ନୂଆଦିଲ୍ଲୀ, ୦୬|୦୮:  ଜର୍ମାନୀ କାର୍ ନିର୍ମାତା ଅଡି ସୋସିଆଲ ମିଡିଆରେ ବିବାଦ ହେବା ପରେ ଏକ ଆଡ୍‌କୁ ନେଇ କ୍ଷମା ମାଗିଛି । ଏହି ଆଡରେ ଏକ ଛୋଟ ଝିଅ କାର୍ ସାମ୍ନାରେ କଦଳୀ ଖାଉଥିବା ନଜର ଆସିଥିଲା । ଏହି ଆଡକୁ ନେଇ କମ୍ପାନୀକୁ କଡା ସମାଲୋଚନା କରାଯାଇଥିଲା ।

ଅଡି ଟ୍ୱିଟ୍ କରି କହିଛି ଯେ, ସମାଲୋଚନାକୁ ସ୍ୱୀକାର କରାଯାଉଛି । କମ୍ପୀନ ଛୋଟ ପିଲାଙ୍କ ଯତ୍ନ ନିଏ । ଭବିଷ୍ୟତରେ ଏପରି ଫଟୋ ଯେପରି ନଆସେ ସେନେଇ ଧ୍ୟାନ ଦିଆଯିବ । ଅଡି ଏସ-୪ ପରିବାରର ସମସ୍ତଙ୍କର କାର୍ । ତେଣୁ ସମସ୍ତ ସଦସ୍ୟଙ୍କ ଫଟୋ ଦିଆଯାଇଛି  । ଯାହାକୁ ନେଇ ଛୋଟ ଝିଅର ମଧ୍ୟ ଫଟୋ ଦିଆଯାଇଥିଲା ।

ସମାଲୋଚକମାନେ କହିଥିଲେ ଯେ, ଛୋଟ ଝିଅଟି ଯେପରି ଠିଆ ହୋଇଛି ତାହା ଜୀବନ ପ୍ରତି ବିପଦ ଥିବା ସୂଚାଉଛି । ଆଉ କିଛି କହିଥିଲେ ଯେ, କାର୍ ଚାଳକ ଶିଶୁଟି ଏପରି ଠିଆ ହୋଇଥିବା ଦେଖିପାରିବେ ନାହିଁ । ଆଉ କିଛି ଏହାକୁ ଯୌନ ଉତ୍ପୀଡନ ସହ ତୁଳନା କରିଥିଲେ ।

ଏହି ଆଡରେ ଅଡିର ସ୍ଲୋଗାନ ଥିଲା ଯେ, ଆସନ୍ତୁ ହୃଦସ୍ପନ୍ଦନର ଗତି ବୃଦ୍ଧି କରିବା । ସବୁ ସମୟରେ । ଏହାପୂର୍ବରୁ ମେ ମାସରେ ମଧ୍ୟ ଏକ କୃଷ୍ଣକାୟ ରଙ୍ଗର ବ୍ୟକ୍ତି ଗୋରା ମହିଳାଙ୍କ ସହ ରହିଥିବା ଏକ ଆଡ୍ ଆସିଥିଲା । ଯାହାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା ।

   Related Posts