ଅଡ଼ି A3ରେ ଏବେ ୫ ଲକ୍ଷ ଟଙ୍କା ରିହାତି : ଆରମ୍ଭ ମୂଲ୍ୟ ୨୮. ୯୯ ଲକ୍ଷ

Published By : Prameya-News7 Bureau | June 04, 2019 IST

ନୂଆଦିଲ୍ଲୀ ୪/୬ : ଭାରତରେ ୫ ବର୍ଷ ପୁରା କରିଛି ଅଡ଼ି । ଏହି ଅବସରରେ ଅଡ଼ି ଇଣ୍ଡିଆ A3 ସିଡାନ ଅଲଗା ଅଲଗା ଭୋରିଏଣ୍ଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ଅଡ଼ି A3 ବର୍ତ୍ତମାନ ୨୮ ଲକ୍ଷ ୯୯ ହଜାରରୁ ଆରମ୍ଭ ହେଉଛି । ଏହି ମୂଲ୍ୟରେ ଏହି କାର ନିଜ ତୁଳନାରେ ମର୍ସିଡିଜ୍-ବେଞ୍ଜ CLA, ସ୍କୋଡା ସୁପର୍ବ, ଫୋକ୍ସୱାଗେନ ପସାଟ, ଟୋୟୋଟା କୈମରି ହାଇବ୍ରିଡ ଭଳି କର ଆକର୍ଷଣୀୟ ବିକଳ୍ପ । ଏତେ ବଡ ରିହାତି ପରେ ଫୋକ୍ସୱାଗେନ ନିଜ କାରରେ କୌଣସି ରିହାତି କରିନାହିଁ ।

{"id":119552,"width":581,"height":436}

ଅଡ଼ି A3 ଲାଇନ୍ ଅପ୍ ରେ ୪ ଭୋରିଏଣ୍ଟ ରହିଛି । ସେଗୁଡିକ ହେଲା, 35 TFSI ପ୍ରିମିୟମ ପ୍ଲସ, 35 TFSI ଟେକ୍ନୋଲୋଜି, 35 TDI ମିୟମ ପ୍ଲସ ଏବଂ 35 TDI ଟେକ୍ନୋଲୋଜି । ଏହି କାରରେ ପୈନୋରମିକ  ସନ୍ ରୁଫ, ଅଡ଼ି ଫୋନବକ୍ସ ସହ ୱାୟାରଲେସ ଚାର୍ଜିଙ୍ଗ, ଡୁଆଲ ଜୋନ୍ କ୍ଲାଇମେଟ କଣ୍ଟ୍ରୋଲ, ରିୟର ଏସି ବେଣ୍ଟ, ୭ ଇଞ୍ଚର ଟଚ୍ ସ୍କ୍ରିନ୍ ଇଂଫୋଟେନମେଣ୍ଟ ସିଷ୍ଟମ ଓ ଏଲଇଡି ପଡଲ ଲାଇଟ ଦିଆଯାଇଛି । କାରର ମୁଲ୍ୟ ତୁଳନାରେ ଏହାର ଫିଚର ତାଲିକା ଅଧିକ ।

{"id":119559}

ଅଡ଼ି A3 ସିଡାନରେ କମ୍ପାନୀ ୨.୦ ଲିଟରର ୪ଟି ସିଲିଣ୍ଡର ବାଲା TDI ଡିଜେଲ ଇଞ୍ଜିନ ଲଗାଇଛି । ଏହି ଡିଜେଲ ଇଞ୍ଜିନ 141 bhp ପାୱାର ଏବଂ 320 Nm ପିକ ଟାର୍କ ଜେନେରେଟ କରିବାର କ୍ଷମତା ରଖେ । ଏହାଛଡା ଏହି କାରରେ ୧.୪ ଲିଟର TFSI ପେଟ୍ରୋଲ ଇଞ୍ଜିନ ମଧ୍ୟ ଦିଆଯାଇଛି ଯାହା 148 bhp ପାୱାର ଏବଂ 250 Nm ପିକ ଟାର୍କ ଜେନେରେଟ କରିବାର କ୍ଷମତା ରଖେ ।

{"id":119560}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.