ପାନ୍ନାରେ ହୀରା ନିଲାମ ଜାନୁୟାରୀରେ, ଏଥର ବିକ୍ରି ଲାଗି ରଖାଯିବ ୧୮୫ ଖଣ୍ଡ ହୀରାଖଣ୍ଡ

Published By : Prameya-News7 Bureau | December 13, 2019 IST

ପାନ୍ନା:  ହୀରାଖଣି ଲାଗି ପ୍ରଶିଦ୍ଧ ମଧ୍ୟପ୍ରଦେଶର ପାନ୍ନାରେ ଚଳିତବର୍ଷ ଉତ୍ପାଦିତ ହୋଇଥିବା  ହୀରାକୁ  ନିଲାମ ଲାଗି ରଖାଯିବ। ଏହି ନିଲାମ ଲାଗି ଜାନୁୟାରୀ ୨୦୨୦କୁ ଚୂଡାନ୍ତ କରାଯାଇଛି। ଏଥିରେ ୨୫୯ କ୍ୟାରେଟର ୧୮୫ଟି ହୀରା ରଖାଯିବ ବୋଲି ଜଣାପଡିଛି। ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସବୁ ହୀରା ଖଣିର ସବୁଠାରୁ ଗଭୀରତମ ପ୍ରଦେଶରୁ ଖନନ ହୋଇଛି।

{"id":197354,"width":573,"height":431,"sizeSlug":"large"}

ଜାନୁୟାରୀ ୭ ତାରିଖ ଦିନ ହୀରା ନିଲାମ କରାଯିବ। ଏହି ନିଲାମୀ ଲାଗି ସେଦିନ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନିରୀକ୍ଷଣ ନିମନ୍ତେ ରଖାଯିବ। ପରେ ନିଲାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟଦିନମାନଙ୍କରେ କାର୍ଯ୍ୟାଳୟରେ ହୀରା ନିଲାମ ହେବ। ଯେଉଁ ହୀରା ନିଲାମରେ ରଖାଯିବ ସେଥିରେ ଉଜ୍ୱଳ, ମଇଳା ଓ ଇଣ୍ଡଷ୍ଟ୍ରିଆଲ ଡାଇମଣ୍ଡ ମଧ୍ୟ ରହିବ। ଏହି ସବୁ ହୀରାର ପରିମାଣ ପ୍ରାୟ ୧୮୫ ଖଣ୍ଡ ହୋଇଥିବା ବେଳେ ଓହାର ଓଜନ ରହିଛି ୨୫୯ କ୍ୟାରେଟ୍। ସରକାରୀ ହିସାବରେ ଏହି ସବୁ ହୀରାର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ୭୪ ଲକ୍ଷ  ୫୦ହଜାର ୩୧୩ ଟଙ୍କା ଆକଳନ କରାଯାଉଛି।

{"align":"center","id":197355,"sizeSlug":"large"}

ଏଥିଲାଗି ନିଲାମରେ ଅଂଶଗ୍ରହଣକାରୀଙ୍କୁ ଅମାନତ ଜମା ଭାବେ ୫ ହଜାର ଟଙ୍କା ରଖିବାକୁ ପଡିବ। ଉଚ୍ଚତମ ମୂଲ୍ୟ ଡାକିଥିବା ନିଲାମଧାରୀଙ୍କୁ ହୀରା କ୍ରୟ କରିବାର ସୁଯୋଗ ମିଳିବ। ମୂଲ୍ୟ ଚୂଡାନ୍ତ ହେବାର ତୁରନ୍ତ ବାଦ ମୋଟ ମୂଲ୍ୟର ୨୦ ପ୍ରତିଶତ ନିଲାମଧାରୀ ଜମା କରିବେ। ବାକି ରାଶି ୩୦ ଦିନ ମଧ୍ୟରେ ଜମା ଦେଇ ନିଜର ହୀରା ନେଇଯାଇପାରିବେ। ମଧ୍ୟ ପ୍ରଦେଶର ଐତିହାସିକ ସହର ପାନ୍ନା ସତନାରୁ ୭୨ କିଲୋମିଟର, ହରପାଲପୁରରୁ ୧୨୪ କିଲୋମିଟର, ଛତ୍ରପୁରରୁ ୭୨ କିଲୋମିଟର ରାଜଧାନୀ ଭୋପାଲରୁ ୪ଶହ କିଲୋମିଟର ଦୂରରେ ଅବସ୍ଥିତ।

{"id":197357,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.