କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କ ସୂଚନା, ଦେଶରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ 5G ସେବା

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ :  ଦେଶରେ 5G ମୋବାଇଲ ସେବା ଆଉ ବିଳମ୍ବିତ ହେବନି। ସାରା ଦେଶରେ ସେବା ଆରମ୍ଭ କରିବା ଲାଗି ଚଳିତବର୍ଷ ସରକାର ଟେଣ୍ଡର ଆହ୍ୱାନ କରିବେ। ଏହାଛଡା ସ୍ପେକ୍ଟ୍ରୁମ ମୂଲ୍ୟ ମଧ୍ୟ ସୁଧାର ହେବ। ଯାହା ଦ୍ୱାରା ଅଧିକରୁ ଅଧିକ କମ୍ପାନୀ 5G ସେବା ଲାଗି ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେ। ସୋମବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଉଦଘାଟନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

{"id":170031}

5G ସ୍ପେକ୍ଟ୍ରମ ନିଲାମ ଲାଗି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ରିଜର୍ଭ ପ୍ରାଇସ୍ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ ହିଁ ଏଥିଲାଗି ସରକାର ନିଲାମ ଆହ୍ୱନ କରିବେ ଓ ଏଥିଲାଗି ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି କେନ୍ଦ୍ରମନ୍ତ୍ରୀ ମୋବାଇଲ କମ୍ପାନୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

{"id":170032}

ତେବେ କଂଗ୍ରେସରେ ବ୍ରଡବ୍ୟାଣ୍ଡ ବିତରଣ ନେଇ କମ୍ପାନୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଟେଲିକମ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏୟାରଟେଲର ରାକେଶ ଭାରତୀ ମିତ୍ତଲ ସହରାଞ୍ଚଳମାନଙ୍କରେ ବ୍ରଡବ୍ରାଣ୍ଡ ଫାଇବର ସଂଯୋଗ ଲାଗି ରାଜ୍ୟ ସରକାର ଓ ନଗରପାଳିକା ଶୁଳ୍କ ନେଉଥିବାର କହିଥିଲେ। ତେବେ ଏ ନେଇ ଦେଶର ନଗରବିକାଶ ମନ୍ତ୍ରୀମାନଙ୍କ ବୈଠକରେ ପ୍ରସଙ୍ଗ ଉଠାଇବେ ବୋଲି ରବିଶଙ୍କର ପ୍ରସାଦ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.