Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅନଲାଇନରେ ମଦ ଦୋକାନ ଠିକା ପାଇଁ ଲାଗିଲା ୯୯୯ କୋଟିରୁ ଅଧିକ ବୋଲି: ଶେଷରେ କମ୍ପ୍ୟୁଟର ବି ହାରିଗଲା…

12/04/2021 at 1:33 PM

ଦୌସା ୧୨/୦୪ : ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଦ ଦୋକାନ ଠିକା ନେବାକୁ ଜଣେ ବ୍ୟକ୍ତି ୯୯୯ କୋଟି ଟଙ୍କା ବୋଲି ଲଗାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ପ୍ରତିଦ୍ବନ୍ଦୀ ତାଙ୍କଠାରୁ ମଧ୍ୟ ଅଧିକ ବୋଲି ଲଗାଇଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ସତ। ରାଜସ୍ଥାନ ଦୌସା ଜିଲ୍ଲାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଦୌସାର ଏକ ମଦ ଦୋକାନ ପାଇଁ ଚାଲିଥିବା ଅନଲାଇନ ବୋଲିରେ କମ୍ପ୍ୟୁଟର ସିଷ୍ଟମରେ ମଧ୍ୟ ରାଶି ଲିମିଟ୍ ଶେଷ ହୋଇଯାଇଥିଲା। କମ୍ପ୍ୟୁଟରରେ ଲିମିଟ୍ ଶେଷ ହେବାପରେ ଉଭୟ ପକ୍ଷ ଅଟକି ଯାଇଥିଲେ। ମାମଲାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ହେଉଛି।

ଅବକାରୀ ବିଭାଗ ତରଫରୁ ରାଜ୍ୟରେ ପ୍ରଥମଥର ମଦ ଦୋକାନ ପାଇଁ ଅନଲାଇନ ବୋଲି ଲାଗିଥିଲା। ଅନଲାଇନ ବୋଲି ଅତ୍ୟନ୍ତ ରୋଚକ ମାମଲା ସାମ୍ନାକୁ ଆସିଛି। ଦୌସା ଜିଲ୍ଲା ଶାହପୁର ପାଖର ଗାଁର ମଦ ଦୋକାନ ପାଇଁ ଅନଲାଇନ ବୋଲି ଚାଲିଥିଲା। ଏଥିରେ କରଣ ସିଂହ ଗୁର୍ଜର ଓ ନବଲ ମିଣା ଅଂଶଗ୍ରହଣ କରିଥିଲେ। ଉଭୟ ବୋଲି ଲଗାଇବା ଆରମ୍ଭ କରିଥିଲେ ଏହା ୯୯୯ କୋଟି ଯାଏଁ ପହଞ୍ଚିଥିଲା।

ଜିଲ୍ଲା ଅବକାରୀ ଅଧିକାରୀ ଅନିଲ କୁମାର ଜୈନ କହିଛନ୍ତି କରଣ ସିଂହ ଗୁର୍ଜର ୯୯୯ କୋଟି ୯୯ ଲକ୍ଷ ୯୫ ହଜାର ୨୧୬ ଟଙ୍କା ବୋଲି ଲଗାଇଥିଲେ। ଏହାପରେ ନବଲ ମିଣା ୯୯୯ କୋଟି ୯୯ ଲକ୍ଷ ୯୦ ହଜାର ୨୧୬ ଟଙ୍କା ବୋଲି ଲଗାଇଥିଲେ। ହଜାରେ କୋଟି ଉପରକୁ ରାଶି କମ୍ପ୍ୟୁଟର ନେଲାନାହିଁ। ନଚେତ ଦୁଇ ପକ୍ଷ ଆଗକୁ ବୋଲି ଜାରି ରଖିଥାନ୍ତେ। 

ଅବକାରୀ ବିଭାଗ ଅନୁଯାୟୀ, ମଦ ଦୋକାନ ଠିକା ନେବାକୁ ପ୍ରଥମେ କରଣ ସିଂହ ଗୁର୍ଜର ଓ ପରେ ନବଲ ମିଣାଙ୍କୁ ମଉକା ଦିଆଯିବ। ଯଦି ଦୁହିଁଙ୍କ ମଧ୍ୟରୁ କିଏ ଠିକା ନିଅନ୍ତି ତାହେଲେ ଦିଆଯିବ ନଚେତ ଉଭୟଙ୍କୁ ୩ ବର୍ଷ ପାଇଁ ବ୍ଲାକଲିଷ୍ଟ କରାଯିବ। ୩ ବର୍ଷ ଯାଏଁ ଏମାନେ ବୋଲିରେ ଅଂଶଗ୍ରହଣ କରିପାରିବେ ନାହିଁ।

ଏହାସହ ସେମାନେ ଜମା କରିଥିବା ରାଶି ୨ ଲକ୍ଷ ୬୦ ହଜାର ଆବେଦନ ଶୁଳ୍କ ଜବତ କରାଯିବ। ଦୁଇ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ବିବାଦ ରହିଛି। ସେଥିପାଇଁ ଏମାନେ ୯୯୯ କୋଟି ଯାଏଁ ବୋଲି ଲଗାଇଛନ୍ତି ବୋଲି କୁହାଯାଉଛି।

ଏହି ଦୋକାନର ସର୍ବନିମ୍ନ ରିଜର୍ଭ ପ୍ରାଇସ୍ ୧ କୋଟି ୮୪ ଲକ୍ଷ ୬୫ ହଜାର ୨୧୬ ଟଙ୍କା ରଖାଯାଇଥିଲା। କିନ୍ତୁ ଏହା ୯୯୯ କୋଟିରୁ ଅଧିକ ପହଞ୍ଚିଗଲା। ବୋଲି ସମୟରେ ଥରକେ ଅତିକମରେ ୫ ହଜାର ଟଙ୍କା ବା ସର୍ବାଧିକ ରାଶିର ୫ ପ୍ରତିଶତ ବଢାଯାଇପାରେ।

   Related Posts