ଲକ୍‌ଡାଉନ୍‌ ଆଉ ବଢିବନାହିଁ : ଗୁଜବରେ ବିଶ୍ୱାସ ନକରିବାକୁ ସାବଧାନ କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩ : ସାରାଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା  କରିଛିନ୍ତି । ଲକ୍‌ଡାଉନ୍‌କୁ ଆଜି ଷଷ୍ଠ ଦିନ ପୂରିଛି ।  ଦେଶବ୍ୟାପୀ ଲକଡାଉନ୍ ଅବଧି ଏପ୍ରିଲ ୧୪ ପରେ ଆଉ ବଢାଯିବନି । ଏନେଇ ସ୍ପଷ୍ଟ  କରିଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୋୱା ।

wp:core-embed/twitter {"url":"https://twitter.com/ANI/status/1244468110117056518","type":"rich","providerNameSlug":"twitter","className":""}
https://twitter.com/ANI/status/1244468110117056518
/wp:core-embed/twitter

କରୋନା ମହାମାରୀ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ୨୧ଦିନିଆ ଲକ ଡାଉନ୍ ଲାଗୁ ହୋଇଛି । ଏହାଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇପାରିବ । ରାଜ୍ୟମାନେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ବିମାନ ଉଡାଣ, ଟ୍ରେନ୍ ଏବଂ ବସ ସେବା ଉପରେ କଟକଣା ଲାଗିଛି । ଏହାସତ୍ବେ କିଛି ରାଜ୍ୟରେ ଶ୍ରମିକମାନେ ଅନେକ ଦୂର ଚାଲି ଚାଲି ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା । ତେଣୁ  ଲକଡାଉନ୍ ର ସୁଫଳ ମିଳିବା ନେଇ ଆଶଙ୍କା ବଢିଥିଲା । ଫଳରେ ଲକ୍ ଡାଉନ ଅବଧି ବଢିବା ନେଇ ବିଭିନ୍ନ ମହଲରେ ସନ୍ଦେହ ବଢିଥିଲା । ତେବେ କେନ୍ଦ୍ର କ୍ୟାବିନେଟ୍ ସଚିବ ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ ଅବଧି ଆଉ ବଢିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.