NDRF ଡିଜି ହେଲେ ଅତୁଲ କରୱାଲ, କ୍ୟାବିନେଟ ନିଯୁକ୍ତି କମିଟି ପ୍ରସ୍ତାବକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଲୀ ୧୦/୧୧: ନୂଆ NDRF ଡିଜି ହେଲେ ଅତୁଲ କରୱାଲ । କ୍ୟାବିନେଟର ନିଯୁକ୍ତି କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛି ଗୃହ ମନ୍ତ୍ରଣାଳୟ । ଅତୁଲ କରୱାଲଙ୍କୁ ଏନ.ଡ଼ି.ଆର.ଏଫ ର ନୂଆ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି ।

wp:html /wp:html

୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର IPS ଅଫିସର ଅତୁଲ କରୱାଲ । କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ NDRF ଡିଡି ଥିବା ସତ୍ୟନାରାୟଣ ପ୍ରଧାନଙ୍କଠାରୁ ଦାୟିତ୍ବ ନେବେ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ଏହି ସମୟରେ ଅତୁଲ କରୱାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.