ପେନସନ ଧାରକ ଧ୍ୟାନ ଦିଅନ୍ତୁ, ଯଦି ଏସବିଆଇରେ ଅଛି ପେନସନ୍ ଆକାଉଣ୍ଟ ତେବେ ନଭେମ୍ବର ୩୦ ତାରିଖ ସୁଦ୍ଧା ଜମା କରନ୍ତୁ ଏହି ଫର୍ମ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ)ରେ ପେନସନ୍ ଆକାଉଣ୍ଟ ଖୋଲିଥିବା ଖାତାଧାରୀଙ୍କ  ଲାଗି ବିଶେଷ ସୂଚନା।  ଏସବିଆଇ ତାଙ୍କ ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ପେନସନଧାରୀମାନଙ୍କୁ ୩୦ ନଭେମ୍ବର ୨୦୧୯ ପୂର୍ବରୁ ସେମାନଙ୍କର ‘ଲାଇଫ ସାର୍ଟିଫିକେଟ୍ ’ ଜମା କରିବା ଲାଗି ନିବେଦନ କରିଛନ୍ତି। ନଚେତ ସେମାନଙ୍କ ସୁଚାରୁ ପେନସନ୍ ପ୍ରଦାନରେ ବାଧା ସୃଷ୍ଟି ହୋଇପାରେ ବୋଲି ମଧ୍ୟ ବ୍ୟାଙ୍କ ସତର୍କ କରାଇଦେଇଛନ୍ତି।

{"id":178558}

ଏସବିଆଇରେ ଦେଶର ପ୍ରାୟ ୩୬ଲକ୍ଷ ପେନସନ ଆକାଉଣ୍ଟ ରହିଛି। ଏତେ ସଂଖ୍ୟକ ପେନସନଧାରୀଙ୍କ ପେନସନ୍ ସୁବ୍ୟବସ୍ଥିତ କରିବା ଲାଗି ବ୍ୟାଙ୍କର ୧୪ଟି ସେଣ୍ଟ୍ରାଲାଇଜଡ୍ ପେନସନ୍ ପ୍ରୋସେସିଂ ସେଲ କାର୍ଯ୍ୟ କରୁଛି। ଦେଶର ଅନ୍ୟ ବ୍ୟାଙ୍କମାନଙ୍କ ଅପେକ୍ଷା ଏସବିଆଇଙ୍କ ନିକଟରେ ସର୍ବାଧିକ ପେନସନରଙ୍କ ଆକାଉଣ୍ଟ ରହିଛି। ଏଣୁ ଲାଇଫ ସାର୍ଟିଫିକେଟ୍ ପ୍ରଦାନ ଲାଗି ପେନସନଧାରୀ ବ୍ୟାଙ୍କ ଶାଖାକୁ ଯାଇ ତାଙ୍କର ସାର୍ଟିଫିକେଟ କରିପାରିବେ। ଏହା ଛଡା ଅନଲାଇନରେ ବି ଲାଇଫ ସାର୍ଟିଫିକେଟ୍ ପ୍ରଦାନ ଲାଗି ଏସବିଆଇ ବ୍ୟବସ୍ଥା କରିଛନ୍ତି। ଏଥିରେ ପେନସନଧାରୀ ଘରେ ବସି ମାତ୍ର କିଛି ମିନିଟ୍ ରେ ନିଜର ଲାଇଫ ସାର୍ଟିଫିକେଟ୍ କରିପାରିବେ ।

{"id":178559}

ଯେଉଁମାନେ ଅନଲାଇନରେ ଲାଇଫ ସାର୍ଟିଫିକେଟ୍ ଦେବାକୁ ଚାହିଁବେ ସେମାନେ ‘ଉମଙ୍ଗ’ ଆପ ଡାଉନଲୋଡ କରି ଏହା ଜରିଆରେ ଲାଇଫ ସାର୍ଟିଫିକେଟ୍ କରିପାରିବେ। ଏହାଛଡା ଆଧାର କେନ୍ଦ୍ର ଅଥବା କମନ ସର୍ଭିସ ସେଣ୍ଟରକୁ ଯାଇ ସେଠାରେ ନିଜର ଲାଇଫ ସାର୍ଟିଫିକେଟ୍ କରିପାରିବେ। ଏଥିଲାଗି ଅଧିକାରୀକ ୱେବ୍ ସାଇଟ୍ ଜୀବନ ପ୍ରମାଣ ଡଟ୍ ଜିଓଭି ଡଟ୍ ଇନ୍ ବ୍ରାଉଜ କରି ଅଧିକ ବିବରଣୀ ପ୍ରାପ୍ତ କରିପାରିବେ। ଏହା ଛଡା ବ୍ୟାଙ୍କ ବ୍ରାଞ୍ଚକୁ ଯାଇ  ପେନସନଧାରୀ ନିଜ ଆଧାରକାର୍ଡ,ପେନସନ୍ ବିସ୍ତୃତ ବିବରଣୀ ଓ ପେନସନ୍ ଖାତାର ବିରଣୀ ପ୍ରଦାନ କରି ଜୀବନ ପ୍ରମାଣ କରିପାରିବେ। ଏହାଛଡା ଯେଉଁ ପେନସନଧାରୀ ବ୍ୟାଙ୍କ ବ୍ରାଞ୍ଚକୁ ଯାଇପାରୁନାହାନ୍ତି ତେବେ ସେମାନେ ଫର୍ମ ପୂରଣ କରି ମାଜିଷ୍ଟ୍ରେଟ୍ ଅଥବା କୌଣସି ଗେଜେଟେଡ ଅଧିକାରୀଙ୍କ ଦ୍ୱାରା ସତ୍ୟାପନ ମାଧ୍ୟମରେ କାହା ଦ୍ୱାରା ବ୍ୟାଙ୍କରେ ଜମା କରି ଲାଇଫ ସାର୍ଟିଫିକେଟ୍ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.