Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ସାବଧାନ ! ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ୧୦ମ ଓ ୧୨ମ ପରୀକ୍ଷାର ଫେକ୍ ସୂଚୀ, ସତର୍କ କରାଇଲା ସିବିଏସଇ

18/10/2021 at 10:27 PM

ନୂଆଦିଲ୍ଲୀ ୧୮।୧୦: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ସୋମବାର ସିବିଏସଇ ଟର୍ମ-୧ ପରୀକ୍ଷା ୨୦୨୨ ପାଇଁ ସୂଚୀ ଘୋଷଣା କରାଯାଇଛି। ମାତ୍ର ଏହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାରର ପରୀକ୍ଷା ସୂଚୀ ଏବଂ ପରୀକ୍ଷା ସମୟ ସାରଣୀର ପିଡିଏଫ ଫାଇଲ୍ ଓ ସ୍କ୍ରିନ ସଟ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପରି ଲକ୍ଷାଧିକ ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କୁ ସକାଳୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି। ସିବିଏସଇ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ନକଲି ଡେଟ୍ ସିଟ୍‌କୁ ଖଣ୍ଡନ କରିଛି।

ସିବିଏସଇ ଅଧିକାରୀ କହିଛନ୍ତି, ବୋର୍ଡ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଟର୍ମ ୧ ବୋର୍ଡ ପରୀକ୍ଷା ପାଇଁ ଡେଟ୍ ସିଟ୍ ୨୦୨୧ ଜାରି ନକରିବା ପୂର୍ବରୁ ଏମିତି ଫେକ୍ ସୂଚୀ ଘୁରି ବୁଲୁଛି। ବୋର୍ଡ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପ୍ରଥମ ଟର୍ମର ବୋର୍ଡ ପରୀକ୍ଷା ତାରିଖ ସୋମବାର ସନ୍ଧ୍ୟାରେ ଘୋଷଣା କରିଛି। ସିବିଏସଇର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ, ଅକ୍ଟୋବର ୧୮ ସନ୍ଧ୍ୟାରେ ଡେଟ୍ ସିଟ୍ ନିଜର ଅଧିକାରୀକ ଓ୍ଵେବସାଇଟ୍ cbse.gov.inରେ ଜାରି କରିଛି। ହେଲେ ଏହା ପୂର୍ବରୁ ନକଲି ପରୀକ୍ଷା ସୂଚୀ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି।

କେମିତି ଜାଣିବେ ଅସଲି ଏବଂ ନକଲି ଡେଟ୍ ସିଟ୍

ସିବିଏସଇ ସୋମବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ କୌଣସି ଡେଟ୍ ସିଟ୍ ଜାରି କରିନଥିଲା। ଅର୍ଥାତ ଏହି ସମୟ ପୂର୍ବରୁ ଯଦି ଆପଣଙ୍କୁ କୌଣସି ଡେଟ୍ ସିଟ୍ କିମ୍ଵା ପରୀକ୍ଷା ସଂପର୍କିତ ସମୟସାରଣୀ ମିଳିଛି ତାକୁ ବିଶ୍ଵାସ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ଭବିଷ୍ୟତର ପ୍ରଶ୍ନ।

   Related Posts