Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ମାଲକାନଗିରି ପରେ ଏବେ କଟକ ଏସ୍‌ସିବିରେ ଟିକ୍‌ଟକ୍, ଆଟେଣ୍ଡାଣ୍ଟଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ

28/06/2019 at 2:39 PM

କଟକ ୨୮|୬: ଆଜିକାଲି ଟିକଟକ୍‌ର ଲୋକପ୍ରିୟତା ଖୁବ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖ ଟିକଟିକରେ ନିଜ ଲୁକାଇତ ପ୍ରତିଭା ଦେଖାଇବାକୁ ବ୍ୟସ୍ତ । ଏମିତିରେ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ମଧ୍ୟ ରୋଗୀ ସେବା ଛାଡି ଟିକଟକ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି ।

ଏ ଭିତରେ ଏସସିବି ମେଡିକାଲରେ ଟିକ୍ ଟକ୍ ଭିଡିଓ ଭାଇରାଲ୍ ଘଟଣା ସାମ୍ନାକୁ ଆସିଛି ।  ୩ ମାସ ତଳେ ଅର୍ଥୋପେଡିକ ଡେଷ୍ଟିଚ୍ୟୁଟ ୱାର୍ଡରେ ଭିଡିଓ ସୁଟିଂ ହୋଇଥିବା ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ୱାର୍ଡରେ ନିୟୋଜିତ ଘରୋଇ ଆଟେଣ୍ଡାଣ୍ଟ ସୁଟିଂ କରିଥିଲେ ଏହି ଭିଡିଓ । ଭିଡିଓ ସଂପର୍କରେ ଅନୁଧ୍ୟାନ ଚାଲିଥିବା ଏସସିବି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଗତ ୨୬ତାରିଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସଙ୍କ ଟିକଟକ ମସ୍ତିର ଭିଜୁଆଲ ଭାଇରାଲ ହୋଇଥିଲା । ଚିକିତ୍ସାଧୀନ ପିଲାଙ୍କୁ ବେଡରୁ ଉଠାଇ ନର୍ସମାନେ ଭିଡିଓ ସୁଟିଂ କରିଥିଲେ  । ନବଜାତ ଶିଶୁମାନେ ଜୀବନମରଣ ସହ ସଂଗ୍ରାମ କରୁଥିବାବେଳେ ନର୍ସଙ୍କ ମସ୍ତି ସମସ୍ତଙ୍କୁ ତାଜୁବ କରିଥିଲା । ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଟିକଟକ ଭିଡିଓ ସୁଟ୍ କରୁଥିବା ୩ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି । ସେମାନଙ୍କ ବିରୋଧରେ ଅଭିଯୋଗ ନେଇ ତଦନ୍ତ ନସରିବା ଯାଏଁ ସେମାନେ ଛୁଟିରେ ରହିବେ । ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଘଟଣା ସଂପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts