Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ନାବାଳକଙ୍କୁ ବଳି ଉଦ୍ୟମ, ପୂଜକ ଅଟକ : ପୋଲିସର ଛାନଭିନ୍

23/07/2020 at 12:13 PM

ପାରାଦୀପ ୨୩।୭: ଗୁଣି ଗାରେଡିକୁ ନେଇ ନାବାଳକଙ୍କୁ ବଳି ଦେବା ଉଦ୍ୟମ ସନ୍ଦେହ । ନାବାଳକଙ୍କ ବାପା ସତ୍ୟରଞ୍ଜନ ମଣ୍ଡଳ ଏ ନେଇ ପାରାଦୀପ ଜଟାଧାର ମୁହାଁଣ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପାରାଦୀପ ଷଣ୍ଢକୁଦ ବସ୍ତିରେ ରହୁଥିବା ମିନତୀ ମାଟିଆଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ଫଳରେ ସେହି ବସ୍ତିରେ ଥିବା ଜଣେ ପୂଜକ ଜୟନ୍ତ ପଣ୍ଡା ଓରଫ ବାବୁ ପଣ୍ଡା ନିକଟକୁ ତାଙ୍କ ସହଯୋଗୀ ଜୁଲି ଗାୟନଙ୍କ ସହିତ ଯାଇଥିଲେ । ତେବେ ଯଦି ନାବାଳକ ପୁତ୍ର ଉଲଗ୍ନ ଅବସ୍ଥାରେ କଳସରେ ପାଣି ଆଣିଲେ ସେହି ପାଣି ନେଇ ପୂଜା କରାଗଲେ ସବୁ ରିଷ୍ଟ ଖଣ୍ଡନ ହେବ ବୋଲି ପୂଜକ କହିଥିଲେ । ଏହାପରେ ମିନତୀଙ୍କ ପଡୋଶୀ ଜୁଲି ସଂପୃକ୍ତ ନାବାଳକ ବିଶ୍ବରଞ୍ଜନକୁ ବସ୍ତି ପଛପଟେ ଥିବା ଏକ ନଦୀ ପଠାରୁ ପାଣି ଆଣିବା ପାଇଁ ବ୍ୟବହାର କରିଥିଲେ । ତେବେ ସେମାନେ ନାବାଳକଙ୍କୁ ୨୫ ଟଙ୍କା ଦେବେ ବୋଲି କଥା କରିଥିଲେ । ଏବେ ୫ ଟଙ୍କା ନିଅ ପୁଣି ସନ୍ଧ୍ୟା ସମୟରେ ଆଉ ୨୦ ଦେବେ କହି ସଂଧ୍ୟା ସମୟରେ ଠିକ୍ ସେହି ନଦୀପଠାକୁ ନେଇ ଯାଇଥିଲେ ।

ତେବେ ପୁଅ ଟିଉସନ୍ କୁ ଯାଇ ଫେରିବାରେ ବିଳମ୍ବ ହେଲାପରେ ବାପା ସତ୍ୟରଞ୍ଜନ ସବୁଠି ଖୋଜାଖୋଜି କରିବା ପରେ ନଦୀ ପଠାରେ ପୁଅକୁ ଉଲଗ୍ନ ଅବସ୍ଥାରେ ପାଇଥିଲେ । ପୁଅ ଦେହରେ ସିନ୍ଦୂର ଲାଗିଥିବା ଦେଖି ବଳି ଉଦ୍ୟମ କରାଯାଉଥିଲା ବୋଲି ସନ୍ଦେହ କରି ଗ୍ରାମବାସୀଙ୍କୁ ଜଣାଇଥିଲେ । ତେବେ ଗ୍ରାମବାସୀଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଏକ ଆଲୋଚନା କରାଯାଇ ମିନତୀ ମାଟିଆଙ୍କୁ ୫୦ ହଜାର ଜରିମନା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ମିନତୀ ମାଟିଆ ପ୍ରକାଶ କରିଛନ୍ତି । ଗତ ଶନିବାର ଦିନ ଏହି ଘଟଣା ଘଟିଥିବା ବେଳେ କୌଣସି ନ୍ୟାୟ ପାଇ ଶେଷରେ ନାବାଳକଙ୍କ ବାପା ସତ୍ୟରଞ୍ଜନ ମଣ୍ଡଳ ଜଟାଧାର ମୁହାଁଣ ଥାନାରେ ଏତଲା ଦେବା ପରେ ପୋଲିସ ପୂଜକ ବାବୁ ପଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି।

   Related Posts