Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ରାଜଧାନୀରେ ବନ୍ଧୁକ-ଭୁଜାଲି ଦେଖାଇ ଦୋକାନରୁ ଲୁଟ୍ ଉଦ୍ୟମ, ଲୁଟେରାକୁ କାବୁ କଲେ ସ୍ଥାନୀୟ ଲୋକ

10/11/2021 at 5:58 PM

ଭୁବନେଶ୍ଵର ୧୦।୧୧: ରାଜଧାନୀରେ ଅପରାଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧ ଉପରେ ଲଗାମ  ଲଗାଇ ପାରୁନି କମିଶନରେଟ୍ ପୋଲିସ। କେବିଏନ ବା ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଗିରଫଦାରୀ ମଧ୍ୟରେ ରାଜଧାନୀ ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଦିନ ଦ୍ଵିପ୍ରହରରେ ଲୁଟ୍ ଉଦ୍ୟମ ହୋଇଛି। ଶ୍ରୀବିହାରରେ ଗ୍ରୋସରୀ ଦୋକାନ ଭିତରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ ଉଦ୍ୟମ କରିଛନ୍ତି। ଏପରିକି ଦୋକାନୀଙ୍କୁ ଆକ୍ରମଣ କରିଛନ୍ତି।

ଦୋକାନୀଙ୍କୁ ହାଣି ଟଙ୍କା ନେଇ ଖସିବା ବେଳେ ଧରା ପଡିଛି ଲୁଟେରା। ଖସି ପଳାଉଥିବା ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି।  ଘଟଣାର ସୂଚନା ମିଳିବା ମାତ୍ରେ ଚନ୍ଦ୍ରଶେଖର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କଠୁ ବନ୍ଧୁକ ଏବଂ ଭୁଜାଲି ଜବତ କରାଯାଇଛି। ବନ୍ଧୁକ ଟି ଅସଲି କି ନକଲି ଯାଞ୍ଚ କରୁଛି ପୋଲିସ। ଯୁବକ ଜଣକ ଏକ ହେଲମେଟ ଓ ବାଇକରେ ଆସିଥିଲେ। ଯୁବକଙ୍କ ପାଖରୁ ଏକ ଫାଇନାସ କମ୍ପାନୀର ଆଇ କାର୍ଡ  ଜବତ ହୋଇଛି।  ଟଙ୍କା ନେବା ପାଇଁ ଧସ୍ତାଧସ୍ତି ବେଳେ ଦୋକାନୀ ଆହତ ହୋଇଛନ୍ତି।

   Related Posts