ଟ୍ରେନ୍‌ର ଚେନ୍‌ ଟାଣି ପ୍ରବାସୀଙ୍କ ଫେରାର ଉଦ୍ୟମ, ସମସ୍ତଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | May 11, 2020 IST

ଅନୁଗୋଳ ୧୧।୦୫: ଟ୍ରେନ୍ ରୁ ପ୍ରବାସୀ ଓଡ଼ିଆ ଫେରାର । ଅହମ୍ମଦାବାଦରୁ ପ୍ରବାସୀ ଓଡିଆଙ୍କୁ ଆଣି ଆସୁଥିବା ଶ୍ରମିକ ଏକ୍ସପ୍ରେସ୍ ରୁ  ୬ଜଣ ପ୍ରବାସୀ ଓଡିଆ  ଅନୁଗୁଳ ନିକଟରେ ଚେନ୍ ଟାଣି ଫେରାର ହୋଇଯାଇଥିଲେ । ଅନୁଗୋଳ ମଝିକା ଶିବ ମନ୍ଦିର ନିକଟରେ ଟ୍ରେନ୍  ଚେନ୍ ଟାଣି ପଳାଇବାକୁ ପ୍ରୟାସ କରିଥିଲେ । ସେମାନଙ୍କୁ ଅନୁଗୋଳ ପୋଲିସ ଅଟକ ରଖିବା ସହ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି ।

{"id":267970,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁଜୁରାଟ ଅହମ୍ମଦାବାଦରୁ ଓଡିଶା ଆସୁଥିଲା ଏକ ଟ୍ରେନ୍‌ । ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ଟି ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । କିନ୍ତୁ  ଅନୁଗୋଳ ମଝିକା ଶିବ ମନ୍ଦିର ନିକଟରେ ହଠାତ୍‌ ଟ୍ରେନ୍‌ଟି ଅଟକିଯାଇଥିଲା । ଅତିକମ୍‌ରେ ଟ୍ରେନ୍‌ ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା । ତେବେ ଏହି ସମୟରେ କିଛି ଲୋକ ଟ୍ରେନ୍‌ ମଧ୍ୟରୁ ଓହ୍ଲାଇ ଦୌଡିବାକୁ ଲାଗିଥିଲେ । ପ୍ରବାସାମାନେ ଟ୍ରେନ୍‌ର ଚେନ୍‌ ଟାଣି ଫେରାର ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ କିଛି ବାଟ ଦୌଡି ପରେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏବଂ ସମସ୍ତଙ୍କ ଅଟକ ରଖି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ରାତିର ଅନ୍ଧାରର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ । ଯାହା କି ବିଫଳ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.