ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଖାଇବାକୁ ଦିଆଯାଇଥିଲା ବିଷ: ଭିଡିଓରେ ଏମିତି କହିଲେ ରାମଦେବ, ଦେଖନ୍ତୁ ଏହି ଭିଡିଓ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଳୀ୨୫|୮: ଯୋଗଗୁରୁ ସ୍ବାମୀ ରାମଦେବଙ୍କ ସହଯୋଗୀ ତଥା ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କିଛି କୁଚକ୍ରାନ୍ତକାରୀ ବିଷାକ୍ତ ପେଡ଼ା ଖାଇବାକୁ ଦେଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କଥା ରାମଦେବ କହିଛନ୍ତି।

{"id":148578}

ସୂଚନାଯୋଗ୍ୟ, ଫୁଡ ପଏଜନିଂ କାରଣରୁ ଅଗଷ୍ଟ ୨୩ ତାରିଖରେ ରିଶିକେସସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଅଛି। ଯୋଗଗୁରୁ ରାମ ଦେବ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ଏବେ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି।

wp:core-embed/twitter {"url":"https://twitter.com/yogrishiramdev/status/1164898064743559168","type":"rich","providerNameSlug":"twitter","className":""}
https://twitter.com/yogrishiramdev/status/1164898064743559168
/wp:core-embed/twitter

ରାମଦେବ ଆହୁରି ମଧ୍ୟ କହିଛନ୍ତି, ଗତ ଶୁକ୍ରବାର ଦିନ ଜଣେ ଅଜଣା ବ୍ୟକ୍ତି ବାଲକୃଷ୍ଣଙ୍କୁ ଭେଟିବା ପାଇଁ ଯାଇଥିଲେ। ସେହି ଦିନ ଜନ୍ମାଷ୍ଟମୀ ଥିବାରୁ ଅଜଣା ବ୍ୟକ୍ତି ପେଡା ଖାଇବାକୁ ଆଚାର୍ଯ୍ୟଙ୍କୁ ଦେଇଥିଲେ। ସେ ସ୍ନେହରେ ପେଡା ଆଣିଥିବାରୁ ବାଲକୃଷ୍ଣ ମନା ନକରି ପେଡାକୁ ଖାଇଥିଲେ। ସେହି ପେଡ଼ାକୁ ଖାଇବା ପରେ ତାଙ୍କ ଏହିଭଳି ଅବସ୍ଥା ହେବା କଥା ରାମଦେବ ଭିଡିଓରେ କହିଛନ୍ତି। ପଞ୍ଜତଜଳି ବିରୋଧରେ ବଡ ଷଡ଼ଯନ୍ତ୍ର ରଚା ଯିବା ସହ ବାଲକୃଷ୍ଣଙ୍କ ପଛରେ କିଛି ଲୋକ ପଡି ଯାଇଛନ୍ତି ବୋଲି ରାମଦେବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.