ବିବାହିତାଙ୍କ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କଲା ଯୁବକ : ତା’ପରେ…

Published By : Prameya-News7 Bureau | November 03, 2019 IST

ସୁରତ ୩/୧୧: ସୁରତର ପାଣ୍ଡେସରା ଅଞ୍ଚଳରେ ଜଣେ ବିବାହିତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ଚାପ ପକାଇବା ଅଭିଯୋଗରେ ଜଣେ ଯୁବକ ବିରୋଧରେ ସ୍ଥାନୀୟ ପୋଲିସ୍ ମାମଲା ରୁଜୁ କରିଛି।

ସୂଚନା ଯୋଗ୍ୟ, ସୁରତର ପାଣ୍ଡେସରା ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସ୍ବାମୀ ଗତ ୧୦ବର୍ଷ ହେଲା ଦୁବାଇରେ ରହୁଛନ୍ତି। ବିବାହିତା ମହିଳା ଦୁଇ ଝିଅ ଏବଂ ଜଣେ ପୁଅଙ୍କ ସହ ପାଣ୍ଡେସରା ଅଞ୍ଚଳରେ ବାସୁଦେବ ଦୁବେଙ୍କ ଘରେ ଭଡ଼ାରେ ରହୁଥିଲେ। ବିବାହିତା ମହିଳାଙ୍କ ସହ ବାସୁଦେବ ଦୁବେଙ୍କ ପୁତୁରା କନିଷ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। କନିଷ୍କ ଅମରୋଲିର ଗୋବର୍ଦ୍ଧନ ନଗରରେ ରୁହେ। ବିବାହିତା ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ କନିଷ୍କ ଦୀର୍ଘ ଦିନ ହେବ ବିବାହିତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ଚାପ ପ୍ରୟୋଗ କରି ଆସୁଥିଲା। ମହିଳାଙ୍କୁ ପ୍ରେମ ପତ୍ର ଦେବା ସହ ମୋବାଇଲରେ ଧମକ ସହ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରୁଥିଲା କନିଷ୍କ।

କେବଳ ଏତିକି ନୁହେଁ କନିଷ୍କ ଶାରିରୀକ ସମ୍ପର୍କ ସ୍ଥାପନ ନକଲେ ମହିଳାଙ୍କ ପିଲାଙ୍କୁ ମାରି​ ଦେବାର ଧମକ ମଦ୍ର ଦେଉଥିଲା। କନିଷ୍କର ଅତ୍ୟାଚାର ସହି ନପାରି ବିବାହିତା ମହିଳା ସ୍ଥାନୀୟ ନେତା ଏବଂ କନିଷ୍କା ବଡ଼ ଭାଇକୁ ଏନେଇ ଅଭିଯୋଗ କରିଥିଲେ। ଏହା ସତ୍ବେ କନିଷ୍କ ନସୁଧୁରିବାରୁ ମହିଳା ପାଣ୍ଡେସରା ପୋଲିସ ନିକଟରେ ତା’ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ କନିଷ୍କ ବିରୋଧରେ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.