ଚଳନ୍ତା ଅଟୋରୁ ମହିଳାଙ୍କୁ ଅପହରଣ ଉଦ୍ୟମ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ବର୨/୬: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ଅଟୋରୁ ମହିଳାଙ୍କୁ ଅପହରଣ କରିବାକୁ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ସହିଦ ନଗର ପୋଲିସ। ଏହି ଗିରଫ ବ୍ୟକ୍ତିଙ୍କୁ ମଧ୍ୟରୁ ଓଡିଶା ଆର୍ମଡ ପୋଲିସ୍ ଫୋର୍ସର ଜଣେ କନେଷ୍ଟବଳ ଥିବା ଜଣାପଡିଛି।  ମିଳିଥିବା ସୂଚନା ଅନୁସାରେ ମହିଳା ଅଟୋରେ ଯିବା ସମୟରେ ୩ ଯୁବକ ତାଙ୍କୁ ଅପହଣ କରିବାକୁ ଉଦ୍ୟମ କରିଥିଲେ। ଏହି ମହିଳା ଜଣଙ୍କ ଭୟରେ ଅଟୋ ତଳକୁ ଡେଇଁ ପଡିଥିଲେ। ଏହି ଘଟଣାରେ ପୋଲିସ୍ ଅଧିକ ତଦନ୍ତ କରୁଛି। କେଉଁ କାରଣରୁ ସେମାନେ ମହିଳାଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। ତାହା ସ୍ପଷ୍ଟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.