ସାଲେପୁରରେ ମହିଳାଙ୍କଠାରୁ ଶିଶୁକୁ ଚୋରୀ ଉଦ୍ୟମ ; ଜଣକୁ ଅଟକ ରଖି ପୋଲିସର ପଚରାଉଚରା
15/10/2018 at 12:48 PM

କଟକ ୧୫|୧୦: ସାଲେପୁର ବଜାରରେ ଜଣେ ମହିଳାଙ୍କଠାରୁ ତାଙ୍କ ଶିଶୁକୁ ଚୋରି ଉଦ୍ୟମ କରିଛନ୍ତି ଦୁଇ ଜଣ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।
ସୂଚନା ଅନୁସାରେ ଜଗତପୁର ଥାନା ଅଞ୍ଚଳ ତାଳବଣିଆ ବସ୍ତିର ସନିଆ ସିଂ ଏକ ମାମଲାରେ ସାଲେପୁର ସବ୍ ଜେଲରେ ଅଛନ୍ତି । ଦୁଇ ଜଣ ମହିଳା ତାଙ୍କ ସ୍ତ୍ରୀ ମଞ୍ଜୁ ସିଂଙ୍କୁ ସ୍ବାମୀ ସନିଆଙ୍କ ସହ ଭେଟ କରିଦେବାକୁ କହି ଅଟୋରେ ଆଣିଥିଲେ । ଜଗତପୁରରୁ ସାଲେପୁର ନେବା ବାଟରେ ସାଲେପୁର ହାଇସ୍କୁଲ ନିକଟରେ ତାଙ୍କୁ ଅଟୋରୁ ଧକ୍କା ଦେଇଥିଲେ । ଫଳରେ ମଞ୍ଜୁ ତଳେ ପଡିଯାଇଥିଲେ । ପରେ ମହିଳା ଦୁଇ ଜଣ ତାଙ୍କ ଶିଶୁକୁ ଛଡ଼ାଇ ନେବାପାଇଁ ଉଦ୍ୟମ କରିଥିଲେ। ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଦୁଇ ଜଣ ମହିଳା ଛାଡି ପଳାଇ ଯାଉଥିଲେ। ଏହି ସମୟରେ ଜଣକୁ ସ୍ଥାନୀୟଲୋକମାନେ କାବୁ କରିନେଇଥିବା ବେଳେ ଅନ୍ୟ ଜଣେ ମହିଳା ଖସି ପଳାଇଛି । ମଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଜଣେ ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।