ଭଦ୍ରକ ଚରମ୍ପାରେ ଦୁଇ ଶିଶୁଙ୍କ ସହ ମାଆର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 30, 2018 IST

ଭଦ୍ରକ ଚରମ୍ପାରେ ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ସହ ମାଆର ଆତ୍ମହତ୍ୟା ଉଦ୍ୟମ । ଦୁଇ ପିଲାଙ୍କୁ ଧରି ବନ୍ଦ ଘରେ ନିଆଁ ଲଗାଇଦେଲେ ମହିଳା । କିନ୍ତୁ ସୌଭାଗ୍ୟକୁ ସୁରକ୍ଷିତ ଅବସ୍ଥାରେ ଦୁଇ ପିଲାଙ୍କ ସହ ମାଆକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି । ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଜଣାଯାଇଛି । ଚରମ୍ପା ଧଳସାହୀରେ ରତ୍ନେଶ କୁମାର ଭାରତୀ ତାଙ୍କ ପରିବାର ସହ ରୁହନ୍ତି । ପରିବାର କହିଲେ ତାଙ୍କ ପତ୍ନୀ ସୋନୀ ଓ ପୁଅ, ଝିଅ । ତେବେ ଆଜି ଅପରାହ୍ନରେ ରତ୍ନେଶଙ୍କ ପରିବାର ରହୁଥିବା ତିନି ମହଲା କୋଠାର ଦ୍ୱିତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଦ୍ୱିତୀୟ ମହଲାରେ ଥିବା ଏକ ବନ୍ଦ ଘର କବାଟ ଭାଙ୍ଗି ତା ଭିତରୁ ସୋନୀ ଓ ତାଙ୍କ ଦୁଇ ସନ୍ତାନଙ୍କୁ ଉଦ୍ଧାର କରିଥିଲେ । ଘର ବନ୍ଦ କରି ପିଲାଙ୍କୁ ଧରି ସୋନୀ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି । ବିହାର ପାଟନାର ମୂଳ ବାସିନ୍ଦା ରତ୍ନେଶ ରେଳ ବିଭାଗର କର୍ମଚାରୀ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରରୁ ଏପରି ଘଟିଥିବା ଜଣାଯାଇଛି ।ତେବେ ମାଆ ଓ ଶିଶୁ ଦ୍ବୟ ସୁରକ୍ଷିତ ଉଦ୍ଧାର ପରେ ଆଶ୍ବସ୍ତି ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.