ବିବାହିତ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ଛାଡ଼ି ପଳାଇଲେ ଜଙ୍ଗଲରେ

Published By : Prameya-News7 Bureau | December 16, 2018 IST

ପ୍ରୟାଗରାଜ ୧୬/୧୨ः ଜଣେ ବିବାହିତ ମହିଳାକୁ ଦୁଷ୍କର୍ମ ଉଦ୍ୟମ । ବଳପ୍ରୟୋଗ କରି ଟେକି ନେଇଥିବା ମହିଳାଙ୍କୁ ଜଙ୍ଗଲ ମଧ୍ୟରେ ଛାଡ଼ି ଚାଲିଗଲେ ଦୁବୃର୍ତ୍ତ । ଏହି ଘଟଣାଟି ଘଟିଛି ପ୍ରତାପଗଡ଼ର ଦେବସରା ଥାନା ଅଂଚଳରେ ।  ମହିଳା  ଜଣକ ନିଜର ଛୋଟ ଶିଶୁକୁ ଧରି ଯାଉଥିବା ସମୟରେ କାରରେ ଉଠାଇ ନେଇ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ସମୟରେ ପଦାରେ ପଡ଼ିଯାଇଛି ସବୁ ଯୋଜନା ।

{"id":64344,"width":590,"height":340}

ଦେବସରା ଥାନା ଅଂଚଳରେ ରହୁଥିବା ମହିଳା ଜଣକ ନିଜର ଛୋଟଛୁଆକୁ ଡ଼ାକ୍ତରଖାନା ନେଇ ଯାଉଥିବା ସମୟରେ ଘଟିଛି ଏହି ଘଟଣା । ସେ ଚାଲିଚାଲି ଯାଉଥିବା ସମୟରେ ରାସ୍ତାରେ ଥିବା ଶିବ ମନ୍ଦିର ସାମନାରେ ଆସି ଗୋଟେ କାର ଲାଗିଥିଲା । ସେହି କାରରରୁ କିଛିଲୋକ ବାହାରି ଜୋରଜବରଦସ୍ତ ମହିଳା ଜଣଙ୍କୁ କାର ଭିତରକୁ ଟେକି ନେଇଥିଲେ । ତା ପରେ ସେମାନେ ଜଙ୍ଗଲ ରାସ୍ତାରେ ମହିଳା ଜଣକୁ ନେଇ ଗଣଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ସମୟରେ ପାଟି କରି ଚିଲ୍ଲେଇଥିଲେ ।

{"id":64345,"width":581,"height":388}
Against Defense Shock Violent Ward Women Faust

ମହିଳା ଜଣକ ପାଟି ଶୁଣି କିଛି ଲୋକ ଆସିଯାଇଥିଲେ । ଲୋକ ମାନଙ୍କୁ ଦେଖି ଦୁବୃର୍ତ୍ତମାନେ ମହିଳା ଜଣକୁ ଛାଡ଼ି ଚାଲିଯାଇଥିଲେ । ପୋଲିସ ରିପୋର୍ଟ ଲେଖିଲା ବେଳକୁ କୌଣସି ଅପରାଧି ଧରାପଡ଼ି ନ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.