ଚାନ୍ଦବାଲି ବାଲିଗାଁ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ
26/08/2018 at 10:10 PM

ଭଦ୍ରକ ୨୭/୮ : ଚାନ୍ଦବାଲି ବାଲିଗାଁ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗିଦେଇଛନ୍ତି । ଏଟିଏମ ଭଙ୍ଗାଯିବାର ଶବ୍ଦ ଶୁଣି ଗାଁ ଲୋକ ଉଠିପଡିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଟିଏମ ସଟରକୁ ସିଲ୍ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ରାତିରେ ପୋଲିସର ପାଟ୍ରୋଲିଂ ହେଉନଥିବାରୁ ଏପରି ଚୋରୀ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି ।