Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ବାଙ୍ଗଲାଦେଶରେ ବିମାନ ଅପହରଣ ଉଦ୍ୟମ : ବିମାନ ଭିତରେ ରହିଛି ବନ୍ଧୁକଧାରୀ

24/02/2019 at 7:05 PM

ଢାକା ୨୪/୨ : ବାଙ୍ଗଲାଦେଶର ଚିଟାଗଞ୍ଜରେ ଆଜି ସନ୍ଧ୍ୟାରେ ଦୁବାଇ ଯାଉଥିବା ଏକ ବିମାନକୁ ଅପହରଣ କରିବା ପାଇଁ ଚେଷ୍ଟା କରାଯାଇଛି | ଜଣେ ବନ୍ଧୁକଧାରୀ ବିମାନର କକପିଟରେ ପଶି ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା | ବାଙ୍ଗଲାଦେଶ ମିଡ଼ିଆ ଅନୁଯାୟୀ, ଜଣେ ବ୍ୟକ୍ତି ବନ୍ଧୁକ ଧରି ବିମାନକୁ ପଶିଥିଲା |ଏହାପରେ ବିମାନର ଜରୁରୀ ଅବତରଣ କରାଯାଇଛି । ସମସ୍ତ ୧୮୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁର୍ବୃତ୍ତର ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ଚିଟାଗଞ୍ଜ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି | ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି | ଦୁବାଇରୁ ଢାକା- ଚିଟାଗଞ୍ଜ ମଝିରେ ବାଂଲାଦେଶ ଏୟାରଲାଇନ୍ସର ବିମାନ ଚିଟାଗଞ୍ଜର ଶାହ ଅମାନତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି |


ମିଡ଼ିଆ ରିପୋର୍ଟ ଅନୁଯାୟୀ, ବିମାନକୁ ଅପହରଣ କରାଇବା ପାଇଁ ଚେଷ୍ଟା କରାଯାଇଛି | ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ଅପହରଣକର୍ତ୍ତା ଗୁଳି ଚାଳନା କରିଥିଲା | ଯେତେବେଳେ ବିମାନର ଜଣେ ପାଇଲଟ ତାର ପିଛା କରିଥିଲେ ସେତେବେଳେ ସେ କହିଥିଲା ଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ସେ ଚାହୁଁଚି | ଅପହରଣକର୍ତ୍ତା ଏବେ ମଧ୍ୟ ବିମାନ ଭିତରେ ରହିଥିବା ସୂଚନା ମିଳିଛି | ଅପହରଣକର୍ତ୍ତା ସରକାରଙ୍କ ସୂଚନା ପାଇଁ ଅପେକ୍ଷା କରିଛି | ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରିଦିଆଯାଇଛି | ବିମାନର ଜଣେ କର୍ମଚାରୀ ଅପହରଣକର୍ତ୍ତା ସହ ବିମାନରେ ରହିଛି | ପୋଲିସ ଏବଂ ରେପିଡ଼ ଏକ୍ସନ ବାଟାଲିଅନ ଏୟାରପୋର୍ଟରେ ଉପସ୍ଥିତ ଅଛନ୍ତି |

   Related Posts