Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପଞ୍ଜଶୀର ଘାଟି ଉପରେ ହମଲା, ତାଲିବାନ ଓ ପାକିସ୍ତାନକୁ ଇରାନର ଚେତାବନୀ- ଲକ୍ଷ୍ମଣ ରେଖା ପାର କରନ୍ତୁ ନାହିଁ…

6/09/2021 at 8:48 PM

ନୂଆଦିଲ୍ଲୀ ୦୬।୦୯: ଇରାନ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନକୁ ନେଇ ପାକିସ୍ତାନ ଓ ତାଲିବାନକୁ କଡା ଚେତାବନୀ ଦେଇଛି। ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିୟାନ କହିଛନ୍ତି ଦୁଇ ଦେଶ ଲକ୍ଷ୍ମଣ ରେଖା ପାର ନକରନ୍ତୁ। ସେମାନେ ନିଜ ସୀମା ଭିତରେ ରୁହନ୍ତୁ।

ଇରାନ ପଞ୍ଜଶୀରରେ ତାଲିବାନ ଆକ୍ରମଣକୁ ନିନ୍ଦା କରିଛି। ତାଲିବାନ କହିଛି ସେ ପଞ୍ଜଶୀର ଦଖଲ କରି ନେଇଛି। ପଞ୍ଜଶୀରରୁ ଯେଉଁ ଖବର ଆସିଛି ତାହା ଚିନ୍ତାଜନକ ରହିଛି। ଆମେ ଆକ୍ରମଣକୁ ନିନ୍ଦା କରୁଛ ବୋଲି କହିଛି ଇରାନରେ ଶିଆ ବହୁଳ ଇରାନ ସୁନ୍ନି ସଂଗଠନ।

ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟାନ କହିଛନ୍ତି, ଆଫଗାନିସ୍ତାନରେ ଅରାଜକତାର ମୂଳ କାରଣ ଆମେରିକାର ଅନୁପସ୍ଥିତି। ଇରାନ ଏହା ମଧ୍ୟ ମାନିଛି ଯେ, ଆଫଗାନିସ୍ତାନକୁ ଦେଶର ସମସ୍ତ ଗୋଷ୍ଠୀ ଏକାଠି ହୋଇ ଏକ ବ୍ୟାପକ ଏବଂ ଭାଗିଦାରୀମୂଳକ ସରକାର ଗଠନ କରିବା ଉଚିତ୍।

ସେ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟକୁ ଆଫଗାନିସ୍ତାନକୁ ମାନବିତକା ସହାୟତା ପ୍ରଦାନ କରିବା ଏବଂ ଆଫଗାନିସ୍ତାନରେ ଏମିତି ସ୍ଥିତିରେ ନେଇ ଛିଡା କରାଇଛନ୍ତି, ଯଦ୍ଵାରା ସେଠାକାର ଲୋକ ଶରଣାର୍ଥୀ ହେବାକୁ ବିବଶ। ସେ କହିଛନ୍ତି, ଇରାନ ଆଫଗାନିସ୍ତାନର ସାହାଯ୍ୟ ପାଇଁ ଚୀନ ସହିତ ସମନ୍ଵୟକୁ ମଜବୁତ କରିବାକୁ ପ୍ରସ୍ତୁତ, ଯଦ୍ଵାରା ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନ ସଙ୍କଟଜନକ ସ୍ଥିତିରୁ ବାହାରି ପାରିବ।

ଇରାନର ରାଷ୍ଟ୍ରପତି ଆଫଗାନିସ୍ତାନରେ ଶୀଘ୍ର ନିର୍ବାଚନ କରାଇବାକୁ ଦାବି କରିଛନ୍ତି ଯଦ୍ଵାରା ଦେଶର ଭବିଷ୍ୟତ ନିର୍ଦ୍ଧାରିତ ହୋଇ ପାରିବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆଫଗାନିସ୍ତାନରେ ପୁଣି ଥରେ ଶାନ୍ତି ପ୍ରତିଷ୍ଠା ହେବ। ରାଷ୍ଟ୍ରପତି ଇବ୍ରାହିମ ରଇସି କହିଛନ୍ତି, ଆଫଗାନବାସୀଙ୍କୁ ଶୀଘ୍ର ନିଜର ସରକାର ଗଠନ ପାଇଁ ଭୋଟ୍ କରିବା ଉଚିତ୍। ଜନତା ଯାହାଙ୍କୁ ବାଛିବେ ସେ ସରକାର ଗଠନ କରିବା ଉଚିତ୍। ଇସଲାମିକ ରିପବ୍ଲିକ ଆଫଗାନିସ୍ତାନରେ ସର୍ବଦା ଶାନ୍ତି ଚାହୁଁଛି। ଜନତାଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ ସ୍ଵାଧୀନତା ମିଳିବା ଉଚିତ୍। ଆମେ ଆଫଗାନ ଜନତାଙ୍କ ଦ୍ଵାରା ନିର୍ବାଚିତ ସକରାରର ସମର୍ଥନ କରିବୁ ବୋଲି ଇରାନ ରାଷ୍ଟ୍ରପତି କହିଛନ୍ତି।

   Related Posts