ଯୁବକଙ୍କୁ ଭୁଜାଲିରେ ହାଣିବା ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ, ଗତକିଛି ଦିନ ହେଲା ରାଜଧାନୀରେ ବୁଲୁଛି ଛୁରୀ-କଟୁରୀ-ଖଣ୍ଡା

Published By : Prameya-News7 Bureau | October 19, 2020 IST

ଭୁବନେଶ୍ବର୧୯/୧୦: ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି। ଏହି ଦୃଶ୍ୟ ଦେଖିବା ପରେ ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନ ଦିପହରେ ଯିଏ, ଯାହାକୁ ପାରିଲା, ଛୁରୀ-କଟୁରୀ- ଖଣ୍ଡାରେ ଆକ୍ରମଣ କରିବାରେ ଲାଗିଛି।

ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟଙ୍କା ନେଣଦେଣକୁ ନେଇ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତିଆରରେ ଆକ୍ରମଣ କରିଥିଲେ। ଘଟଣାର କିଛି ସମୟ ମଧ୍ଯରେ ସେହି ରାସ୍ତାରେ ଯାଉଥିବା ପିସିଆର ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଘଟଣାରେ ଖଣ୍ଡଗିରି ପୋଲିସ ୪ ଜଣଙ୍କୁ ଗିରଫ କରିଛି। ହେଲେ ପାର୍ବଣ ଋତୁ ଆସିବା ସହ ଅପରାଧୀ ରାଜରାସ୍ତାରେ ହତିଆର ଦେଖାଇ ଆତଙ୍କ ସୃଷ୍ଟି କରିବା ସାଧାରଣ ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.