ସାମାନ୍ୟ ଘଟଣାକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 10, 2021 IST

ଫୁଲବାଣୀ, ୧୦।୧୦: ଫୁଲବାଣୀ ସହର ସ୍ଥିତ ଏଫ୍ସିଆଇ ଛକ ନିକଟସ୍ଥ ଚିତ୍ରକୂଟ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିତ୍ରକୂଟ ସାହିର ଆଶିଷ ତିର୍କୀଙ୍କ ଘର ସମ୍ମୁଖ ରାସ୍ତାରେ ପଡୋଶୀ ରମେଶ ନାୟକ, ଆଲୋକ ନାୟକ ଖୁଣ୍ଟ ପୋତୁ ଥବାବେଳେ ଆଶିଷଙ୍କ ସ୍ତ୍ରୀ ବିରାଜି ଦିଗଲ ବାରଣ କରିବାରୁ ରମେଶ ନାୟକ ବିରାଜିଙ୍କ ଚୁଟି ଧରି ମାଡ ମାରିଥିଲେ। ଯାହାକୁ ନେଇ ବିରାଜି ନାୟକ ଥାନାରେ ଅଭିଯୋଗ କରିଥିଲେ।

ଥାନାରେ ଅଭିଯୋଗ ହେବାପରେ ରମେଶ, ଆଲୋକ, ଆକାଶ ଏବଂ ୧୦ରୁ ଉର୍ଦ୍ଧ୍ୱ ଲୋକ ଖଣ୍ଡା, କାତି, କାଠ ଫଳିଆ ଆଦି ଧରି ଆଶିଷ ତିର୍କୀଙ୍କ ସହିତ ସ୍ତ୍ରୀ ବିରାଜି, ଝିଆରୀ ରେଶମା ଓ ଦୁଇ ପୁଅଙ୍କୁ ମାଡ ମାରିଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ରମେଶ ସହିତ ତାଙ୍କ ପୁଅ ଆକାଶ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୧୦ ଜଣଙ୍କ ମଧ୍ୟରୁ ଜଣଙ୍କୁ ଥାନାରେ ଅଟକ ରଖି ଅନ୍ୟ ମାନଙ୍କୁ ଖୋଜୁଛି ପୋଲିସ। ସୂଚନା ପ୍ରକାରେ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଜାଲ ଟଙ୍କା କାରବାର ଓ ଦେଶୀ ବନ୍ଧୁକ ଜବତ ଭଳି ଘଟଣାର ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.