ବାକି ଟଙ୍କା ମାଗିବାରୁ ଟ୍ରାକ୍ଟର ମାଲିକ ଓ ପରିବାର ସଦସ୍ଯଙ୍କୁ ଆକ୍ରମଣ

Published By : Prameya-News7 Bureau | June 16, 2021 IST

ଆନନ୍ଦପୁର, ୧୬।୬: ଟ୍ରାକ୍ଟରରେ କାମ କରି ବକେୟା ଟଙ୍କା ମାଗିବାରୁ ସଂଘବଦ୍ଧ ଭାବେ ଟ୍ରାକ୍ଟର ମାଲିକଙ୍କ ପରିବାରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି l ଆକ୍ରମଣ ଯୋଗୁଁ ଜଣେ ଗୁରୁତର ହୋଇଥିବା ବେଳେ ଆନ୍ଯ ଦୁଇ ଜଣ ଆହତ ହୋଇଛନ୍ତି l ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ସମଣା ଗାଁ ରେ ଏଭଳି ଘଟଣା ଘଟିଛି l

ଗ୍ରାମର ସୁରେଶ ଚନ୍ଦ୍ର ସା ନିଜ ଟ୍ରାକ୍ଟର ଯୋଗେ ଫକୀର ସାଙ୍କର କାମ କରିଥିଲେ। ବକେୟା ଥିବା ଟଙ୍କା ମାଗିବାରୁ ଫକୀରଙ୍କ ପରିବାର ସଂଘବଦ୍ଧ ଭାବେ ସୁରେଶଙ୍କ ପରିବାରକୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ସୁରେଶ ଗୁରୁତର ହୋଇଥିବାରୁ ପ୍ରଥମେ ଆନନ୍ଦପୁର ମେଡିକାଲ ଓ ପରେ ପରେ କଟକ ସ୍ଥାନାନ୍ତର କରାଯାଇଛି। ସୁରେଶଙ୍କ ପରିବାରର ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ନନ୍ଦିପଦା ପୋଲିସ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗାଁ ରେ ପହଞ୍ଚି ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.