Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ବାରେଣ୍ଟାଇନ୍‌ ସେଣ୍ଟର ଭିତରେ ପଶି ସରପଞ୍ଚଙ୍କୁ ନିର୍ଧୁମ ବାଡ଼େଇଲେ ନିଶାସକ୍ତ ଯୁବକ

10/05/2020 at 7:48 PM

ଆଠଗଡ଼୧୦/୫: ସରପଞ୍ଚଙ୍କୁ ନିର୍ଧୁମ ବାଡ଼େଇଲେ ନିଶାସକ୍ତ ଯୁବକ। ତିଗିରିଆ ବ୍ଳକ ଭୀରୁଡ଼ା ପଞ୍ଚାୟତରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ସରପଞ୍ଚଙ୍କୁ ପଞ୍ଚାୟତ ଭିତରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟର ଭିତରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାସହ ପଞ୍ଚାୟତ କାର୍ଯ୍ୟାଳୟକୁ ଭଙ୍ଗାରୁଜା  କରିବା ସହିତ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀଙ୍କ  ପାଇଁ ହୋଇଥିବା ଖାଦ୍ୟ ସାମଗ୍ରୀ ଫିଙ୍ଗି ଦେଇଥିଲେ। ଏହି ନିଶାସକ୍ତ ଯୁବକ ହେଲେ ଅଜିତ୍ ରାଉତରାୟ। ତାଙ୍କୁ ଥାନାରେ ଅଟକ ରଖିଛି ତିଗିରିଆ ପୋଲିସ। ମଦ୍ୟପ ଭାଈକୁ ଥାନାରୁ ଆଣିବାକୁ ଯାଇଥିବା ଭାଇ ଅଜିତ୍ ରାଉତରାୟକୁ ବି ଅଟକ ରଖିଛି ତିଗିରିଆ ପୋଲିସ । ରାସନ କାର୍ଡ କଟିଯାଇଥିବାରୁ ଏଭଳି ଘଟଣା ଘଟିଛି ।

   Related Posts