Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୨ କିନ୍ନରଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ: ଠିଆ ଗୋଇଠା,ବିଧା, ଚାପୁଡ଼ ଏବଂ ବାଡି, ଯିଏ ଯେଉଁଥିରେ ପାରିଲେ ବାଡ଼େଇଲେ

25/08/2020 at 8:59 PM

ବାଲେଶ୍ବର୨୫/୮: ରାସ୍ତା ମଝିରେ ଗଡ଼େଇ ତଡ଼େଇ ୨ ଜଣ କିନ୍ନରଙ୍କୁ ଉଲଗ୍ନ ଅବସ୍ଥାରେ ବାଡ଼େଇଲେ ବଜାର କମିଟିର ସଦସ୍ୟ। ଚାପୁଡା, ଗୋଇଠା, ବିଧା ବାଡି, ଠେଙ୍କା ଯିଏ ଯେଉଁଥିରେ ପାରିଲେ ୨ ଜଣଙ୍କୁ ପିଟି ପିଟି ରକ୍ତାକ୍ତ କରି ଦେଲେ। ବାଲେଶ୍ବର ଜିଲ୍ଲା ଦୀଘା ନେହେରୁ ମାର୍କେଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଦୀଘା ନେହେରୁ ମାର୍କେଟରେ ୨ ଜଣ କିନ୍ନର ମାସ୍କ ନ ପିନ୍ଧି କପଡ଼ା କିଣା କିଣି କରିବାକୁ ଯାଇଥିଲେ। ମାସ୍କ ପିନ୍ଧାକୁ ନେଇ ଦୋକାନୀ ଏବଂ ୨ କିନ୍ନରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୋକାନର ଜିନିଷ ପତ୍ର ଫିଙ୍ଗା ଫିଙ୍ଗି ହେବା ପରେ ବ୍ୟବସାୟୀ ଓ ବଜାର କମିଟିର ସଦସ୍ୟମାନେ କିନ୍ନର ଦୁଇ ଜଣଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଦୀଘା ମୁହାଣ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କିନ୍ନର ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି। ସର୍ବସମ୍ମୁଖରେ ୨ ଜଣ କିନ୍ନରଙ୍କୁ ଏଭଳି ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

   Related Posts