ଜଳେଶ୍ବର ବାଲିଆପାଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ଦୁର୍ବୃତ୍ତ ଗିରଫ

Published By : Prameya-News7 Bureau | September 30, 2018 IST

ଜଳେଶ୍ବର ୨୯/୯: ଜଳେଶ୍ବର ବାଲିଆପାଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ୍ । ସ୍ଥାନୀୟ ପନ୍ଥେଇ ଘାଟ ଧାନବିଲରେ ଲୁଚିଥିବା ବେଳେ ପ୍ରଥମେ କିଛି ଲୋକ ସେମାନଙ୍କୁ ଧରିଥିଲେ । ପରେ ପୋଲିସ୍ ଯାଇ ସେମାନଙ୍କୁ ହେପାଜତକୁ ନେଇଛି । ଆଜି ସକାଳେ ଦୈନିକ ଖବର କାଗଜ ପ୍ରମେୟର ସାମ୍ବାଦିକ ରାଧାକୃଷ୍ଣ ସାହୁ, ଛକରେ ପେପର୍ ପଢୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡାରେ ତାଙ୍କୁ ହାଣି ଗୁରୁତର କରି ଦେଇ ଫେରାର୍ ହୋଇ ଯାଇଥିଲେ । ରାଧାକୃଷ୍ଣଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ପରେ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କ ତୁରନ୍ତ ଗିରଫଦାରୀ ପ୍ରତିବାଦରେ ସ୍ଥାନୀୟ ଲୋକେ ବାଲିଆପାଳ ଇଡି ଛକରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ । ଆକ୍ରମଣ କରିଥିବା ୨ ଯୁବକଙ୍କ ମଧ୍ୟରୁ ଜଣେ ଜାମକୁଣ୍ଡା ଗାଁର ମୁନା ସାହୁ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.