ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ କର୍ମଚାରୀ
30/12/2020 at 10:55 PM

ଆନନ୍ଦପୁର୩୦/୧୨: ଗତକାଲି ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ମିସ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରାପଡି ନାହିଁ ଅଭିଯୁକ୍ତ। ଏ ନେଇ ନେସ୍କୋ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ମକ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମଣୁଥିବା ହେତୁ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ କୌଣସି ଯନ୍ତ୍ରୀ ଫିଲ୍ଡ ଡ୍ୟୁଟି କରିବେ ନାହିଁ।
ସେପଟେ ଘଟଣାର ଗମ୍ଭୀରତାକୁ ଦେଖି ନେସ୍କୋ ସୁପରିଟେଣ୍ଡ୍ ଇଞ୍ଜିନିୟର ନାରାୟଣ ଦାସ ଆଜି ଆନନ୍ଦପୁର ନେସ୍କୋ ଡିଭିଜନ ଠାରେ ପହଁଞ୍ଚି କର୍ମଚାରୀ ଓ ଯନ୍ତ୍ରୀଙ୍କୁ ବୁଝାସୁଝା କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଖୁବ୍ ଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ନନ୍ଦିପଦା ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।
ଗତକାଲି ନନ୍ଦିପଦା ଥାନା ଅଣା କେନାଲ ରୋଡ ନିକଟରେ ନେସ୍କୋ ଟିମ୍ ବକେୟା ବିଲ୍ ସଂଗ୍ରହ କରିବାକୁ ଯାଇଥିବା ସମୟରେ ନିର୍ବାହୀ ଯନ୍ତ୍ରୀ ଚିତରଂଜନ ମିସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭିଯୁକ୍ତ ଯୁବକ ଅନିଲ ମହାପାତ୍ର।