Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଗାଈ ଖାଇଲା ଫସଲ, ହଣା ଖାଇଲେ ଜମି ମାଲିକ ଓ ତାଙ୍କ ପରିବାର, ନାବାଳକ ସମେତ ତିନି ଜଣ ଗୁରୁତର

16/06/2021 at 7:43 PM

ଢେଙ୍କାନାଳ, ୧୬।୬: ବାଡିରେ ପଶି ଗୋରୁ ଖାଇଲେ ଫସଲ । ଆଉ ଅଭିଯୋଗ କରିବାରୁ ପାଲଟା ହଣା ଖାଇଲେ ଜମି ମାଲିକ ଏବଂ ତାଙ୍କ ପରିବାର । ଏପରି ଅଭାବନୀୟ ଘଟଣା ଘଟିଛି କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରାକାଟେଣି ଗ୍ରାମରେ । ଏପରିକି ଗୋରୁ ମାଲିକର ପରିବାର ସଦସ୍ୟ ଜମି ମାଲିକର ଘରେ ପଶି ଖଣ୍ଡା ଓ କଟୁରିରେ ସଂଘ ବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ନାବାଳକ ସହ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନା ମୁତାବକ କାମାକ୍ଷାନଗର ଥାନା ଜୟପୁରକାଟେଣି ଗ୍ରାମରେ କାଳନ୍ଦି ପରିଡାଙ୍କ ବାଡିରେ ପ୍ରଫୁଲ୍ଲ ପରିଡାଙ୍କ ଗାଇ ପଶି ଫସଲ ଖାଇଥିଲା। ଯାହାକୁ ନେଇ କାଳନ୍ଦି ଓ ପ୍ରଫୁଲଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ କାଳନ୍ଦୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଆଜି ଅପରାହ୍ନରେ ପ୍ରଫୁଲଙ୍କ ପରିବାର ଲୋକେ କଟୁରି ଓ ଖଣ୍ଡା ଆଦି ବିଭିନ୍ନ ମାରଣାସ୍ତ୍ର ଧରି କାଳନ୍ଦି ଘରେ ପଶି ଆକ୍ରମଣ କରିଛନ୍ତି ।

ଏହି ଆକ୍ରମଣ ଫଳରେ କାଳନ୍ଦୀ ପରିଡା, ଭାଇ ବିଭୁତି ପରିଡା ଓ ବିଭୁତିଙ୍କ ୧୪ବର୍ଷର ପୁଅ ଜାକାଶ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ଶରିରର ମୁଣ୍ଡ, ହାତ, ବେକ ଓ ଭିଭିନ୍ନ ଅଙ୍ଗକୁ ଏକାଧିକ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ସମସ୍ତଙ୍କୁ ଗରୁତର ଭାବେ କାମାକ୍ଷାନଗର ମେଡିକାଲର ଚିକିତ୍ସା ହେଉଛନ୍ତି। ଖବର ପାଇ କାମାକ୍ଷାନଗର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts