Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ଉପରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

25/07/2021 at 9:53 PM

ଭଦ୍ରକ ୨୫।୦୭: ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଉପରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି । ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ସହ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ବିପରୀତ ଗୋଷ୍ଠୀର କିଛି ଲୋକ ମଧ୍ୟ ଆହତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଗୁରୁତର ହୋଇଥିବା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଦୀପ୍ତିସୂର୍ଯ୍ୟ ଭର୍ଦ୍ଧେନ୍ଦୁ ବିଶ୍ୱାଳ ୨୨ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ଅଛନ୍ତି । ଜିଲ୍ଲା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ସାପ୍ତାହିକ ସଟ ଡାଉନ ଜାରି ରହିଛି । ଏହି ସଟ ଡାଉନ ସମୟରେ କିଛି ଅସାମାଜିକ ଲୋକ ମଞ୍ଜୁରୀ ରୋଡ଼ ବଜାରରେ ଏକତ୍ରିତ ହୋଇଥିଲେ । ଏହା ସହ ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ବେଳେ, ଏହି ଅସାମାଜିକ ବ୍ୟକ୍ତି ମାନେ ଗାଳି ଗୁଲଜ କରିବା ସହ, ଗଣ୍ଡଗୋଳ ଘଟାଇଥିଲେ । ଗଣ୍ଡଗୋଳ ସମୟରେ ଆକ୍ରମଣରେ ଶିକାର ହୋଇଥିଲେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି । ତାଙ୍କ ସହ ଆହୁରି ଦୁଇ ଜଣ ମଧ୍ୟ ଆକ୍ରମଣରେ ଶିକାର ହୋଇ ଭଣ୍ଡାରିପୋଖରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଅନ୍ୟପଟେ ବିପରୀତ ଗୋଷ୍ଠୀର ଲୋକ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ନେଇ ପାଲଟା  ଅଭିଯୋଗ  କରିଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

   Related Posts