ଅଟୋ ଭଡା ବଦଳରେ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | December 08, 2018 IST

କଳାହାଣ୍ଡି ୮/୧୨: ଅଟୋ ଭଡା ବଦଳରେ  ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି।  ଗୁରୁତର ଅଟୋ ଚାଳକ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଭର୍ତିହୋଇଛନ୍ତି।  ଗତକାଲି ରାତିରେ ଭବାନୀପାଟଣା ବସଷ୍ଟାଣ୍ଟ ରୁ ଜଣେ ବ୍ୟକ୍ତି ଭଡା ଆକାରରେ ସୁଲିଆ ସହର ଠାରୁ ୧୫ କିମି ଦୂର ନେଇଥିଲେ । ହେଲେ ଭଡା ଟଙ୍କା ଦେବା ପୁର୍ବରୁ ଧାରୁଆ ଅସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର  ନୂଆଁଗାଁର ଗୋପାଳ ଚଣ୍ଡିଙ୍କ ଗଳାରେ ଗଭୀର କ୍ଷତ ଲାଗିଥିବା ବେଳେ  ବର୍ତମାନ ହସପିଟାଲରେ ଭର୍ତି ହୋଇଛନ୍ତି । ଏହି ଆକ୍ରମଣକୁ ନିନ୍ଦା ସହ ଦୁବୃତ୍ତକୁ ଗିରଫ ଦାବୀରେ ଅଟୋ ଚାଳକ ସଂଘ ଭବାନୀପାଟଣା ଥାନା ରେ ଏତଲା ଦାୟର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.