ଜାଗା ବିବାଦକୁ ନେଇ ଆଶାକର୍ମୀଙ୍କୁ ମାଡ଼, ଟେକି ନେଇ ଗୋବର ଗଦାରେ ପୋତିଦେଲେ ପଡ଼ୋଶୀ

Published By : Prameya-News7 Bureau | November 06, 2021 IST

ଢେଙ୍କାନାଳ, ୦୬/୧୧: ଘର ଜାଗା ବିବାଦରୁ ପୋଡ଼ାଶୀ ଘଟାଇଛନ୍ତି ନାରକୀୟକାଣ୍ଡ । ଏପରିକି ଜଣେ ମହିଳାଙ୍କୁ ପୋଡ଼ାଶୀ ପରିବାର ଜବରଦସ୍ତ ଟେକିନେଇ ମାଡ଼ ମାରିବା ସହ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ ବୋଲି ଜଣାପଡିଛି । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ମେନକାଙ୍କ କହିବା ମୁତାବକ ସେ କୋଭିଡ ଟିକା ସର୍ଭେ କରି ଘରକୁ ଫେରୁଥିବାବେଳେ ତାଙ୍କ ପୋଡ଼ାଶୀ ଲଷ୍ମୀ କଅଁରଙ୍କ ପରିବାର ଲୋକେ ତାଙ୍କୁ ଡାକି ମାଡ ମାରିଥିଲେ । ପରେ ତାଙ୍କୁ ଟେକି ନେଇ ଘରପାଖରେ ଥିବା ଗୋବର ଗଦାରେ ପୋତି ଦେଇଥିଲେ । ଫଳରେ ସେ ପାଟି କରି ଡାକିବାରୁ ମେନକାଙ୍କ ଘର ଲୋକେ ଆସି ତାଙ୍କୁ ଗୋବର ଗଦାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଘରକୁ ଲାଗିଥିବା ବିବାଦୀୟ ଜାଗାରେ ତାଙ୍କ ପୋଡ଼ାଶୀ ଘର ବାଡ଼ ପକାଉଥିବାରୁ ମେନକା ପ୍ରତିବାଦ କରିଥିଲେ । ଫଳରେ ତାଙ୍କ ପୋଡ଼ାଶୀ ଲକ୍ଷ୍ମୀ କଅଁର, ତାଙ୍କ ସ୍ୱାମୀ ଓ ପୁଅ ମିଶି ଏପରି ନାରକୀୟକାଣ୍ଡ ଘଟାଇଥିବା ମେନକାଙ୍କ ସ୍ୱାମୀ ଜୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.