ଗାଡ଼ି ଅଟକାଇ ଆମ୍ବୁଲାନ୍ସ ଡ୍ରାଇଭରକୁ ଆକ୍ରମଣ, ଆହାତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | July 14, 2021 IST

ଆନନ୍ଦପୁର, ୧୪/୦୭ : ବିଚ୍ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସକୁ ଅଟକାଇ ଡ୍ରାଭରକୁ ଲୁହାରଡରେ ଆକ୍ରମଣ କରିଛନ୍ତି କିଛି ନିଶାସକ୍ତ ଯୁବକ । ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକ ଠାରେ ଏଭଳି ଘଟଣା ଘଟିଥିବା ବେଳେ ଆକ୍ରମଣର କୌଣସି ନିର୍ଦ୍ଧିଷ୍ଟ କାରଣ ଜଣାପଡି ନାହିଁ । ଆହତ ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲିପ କୁମାର ବନାୟକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭଦ୍ରକ ଜିଲ୍ଲା ମଞ୍ଜୁରି ରୋଡ ପିଏଚସିର ୧୦୮ ଆମ୍ବୁଲାନ୍ସ କଲ୍‌ ପାଇ କେନ୍ଦୁଝର ଜିଲ୍ଲା ଓରାଳି ଅଞ୍ଚଳରୁ ଜଣେ ଗୁରୁତର ପ୍ରସୁତୀଙ୍କୁ ନେଇ ଆନ୍ଦନପୁର ଡାକ୍ତରଖାନା ଯାଉଥିଲେ । ଓରାଳି ଛକଠାରେ ଗାଡି ପହଁଞ୍ଚିବା ସମୟରେ ପଛପଟୁ ଏକ ବାଇକରେ କିଛି ଯୁବକ ଆମ୍ବୁଲାନ୍ସକୁ ଅଟକାଇବା ସହ ଡ୍ରାଇଭରକୁ ମାରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଘଟଣା ସମ୍ପର୍କରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.