ଭୁଜାଲି ମାଡ଼ରେ ଯୁବକ ଗୁରୁତର, ଅଳ୍ପକେ ବର୍ତ୍ତିଗଲେ ସ୍ତ୍ରୀ ଆଉ ପିଲାମାନେ
17/06/2020 at 6:07 PM

ସୋର୧୭/୬: ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଯୁବକ ଗୁରୁତର ଅଳ୍ପକେ ବର୍ତ୍ତିଗଲେ ସ୍ତ୍ରୀ ଆଉ ପିଲାମାନେ। ଅନନ୍ତପୁର ଗୁଡ଼ ରାସ୍ତା ଆହାରପୁର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଓ ଶିଶୁ କନ୍ୟା ପୁତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବହାନଗା ବ୍ଲକ କୁରୁଡା ଗ୍ରାମର ବିଶ୍ୱରଂଜନ ଦାସ ବାଇକ ଯୋଗେ ରଜ ଉପଲକ୍ଷେ ରାତି ନଅଟାରେ ସ୍ତ୍ରୀ, ପାଞ୍ଚ ବର୍ଷର ଶିଶୁ କନ୍ୟା ଓ ଆଠ ବର୍ଷର ପୁଅକୁ ଧରି ଶଶୁର ଘର ବାସୁଦେବପୁର ଯାଉଥିଲେ।
ଆହରପୁର ଛକରେ ବିଶ୍ୱରଂଜନ ବାଇକ ପଛରୁ ୨ ଦୁର୍ବୃତ୍ତ ଏକ କଳାରଙ୍ଗର ବାଇକରେ ଆସି ବିଶ୍ବରଞ୍ଜନକୁ ଅଟକାଇଥିଲେ। ଦୁର୍ବୃର୍ତ୍ତମାନେ ବାଇକ ଅଟକାଇବାରୁ ସ୍ତ୍ରୀ, ଶିଶୁ କନ୍ୟା ଓ ପୁତ୍ର ତଳକୁ ଓହ୍ଲାଇ ପଡ଼ିଥିଲେ। ଦୁର୍ବୁର୍ତ୍ତମାନେ ଏହି ସମୟରେ ବାଇକରେ ବସିଥିବା ବିଶ୍ୱରଂଜନକୁ ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା। ରାସ୍ତାରେ ଯାଉଥିବା ବାଟୋଇ ଅଟକିବାରୁ ଦୁଇ ଦୁର୍ବୁତ୍ତ ଚମ୍ପଟ ମାରିଥିଲେ। ଆହତ ବିଶ୍ବରଞ୍ଜନକୁ ପ୍ରଥମେ ଅନ୍ତପୁର ଡାକ୍ତରଖାନା ପରେ ବାଲେଶ୍ବର କୁ ସ୍ଥାନାନ୍ତର କରାଯାଇଛି।