ନୀଳଗିରି: ଖେଳ ପଡିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
25/01/2021 at 10:28 PM

ନୀଳଗିରି୨୫/୧: ଖେଳ ପଡିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଜିରତାଳ ଅଞ୍ଚଳରେ ଥିବା ଖେଳପଡ଼ିଆରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ ଜୀରତାଳ ସୁବର୍ଣ୍ଣମୁଖୀ ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏହି ଅଞ୍ଚଳର ରମେଶ ଚନ୍ଦ୍ର ନାୟକଙ୍କ ପୁଅ କ୍ରିଷ୍ନା ପଡ଼ିଆରେ କ୍ରିକେଟ ଖେଳୁଥିଲେ। ହଠାତ କଟି ରବି ନାୟକ, ବାପି ନାୟକ, ରବିନ୍ଦ୍ର ନାୟକ, ପପି ନାୟକ, ରତିକାନ୍ତ ନାୟକ ହଠାତ୍ ପଡିଆକୁ ପଶି କ୍ରିଷ୍ନାଙ୍କୁ ଅତର୍କିତ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। କ୍ରିଷ୍ନାଙ୍କୁ ଗୁରୁତର ଭାବେ ଖନ୍ତାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ତାଙ୍କ ବାପା ରମେଶ ଚନ୍ଦ୍ର ନାୟକ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି।