କରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ: ଦୁଇଜଣ ମହିଳା ଡାକ୍ତର ଆହତ

Published By : Prameya-News7 Bureau | April 02, 2020 IST

ରାଣୀପୁର୨/୩: କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ କରୋନାରୁ ଲୋକଙ୍କୁ ରକ୍ଷା କରିବାକୁ ଉଦ୍ୟମ ଚଳାଇଛନ୍ତି ସେମାନଙ୍କ ଉପରେ ହୋଇଛି ମରଣାନ୍ତଙ୍କ ଆକ୍ରମଣ । ସିଏ ଇନ୍ଦୋରର ରାଣୀପୁରା ହେଉ ଅବା ବେଙ୍ଗଳୁରୁ । ଏଭଳି ନିନ୍ଦନୀୟ ଘଟଣା ପୂରା ସମାଜକୁ ଲଜ୍ଜିତ କରିଛି ।

{"id":248155,"sizeSlug":"large"}

ଇନ୍ଦୋରରେ ଅଭାବନୀୟ ଘଟଣା ଘଟିଛି । କରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କରୋନା ସ୍କ୍ରିନିଂ ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଆଖିବୁଜା ଟେକାପଥର ମାଡ ମଧ୍ୟ କରାଯାଇଛି । ଆକ୍ରମଣରେ ଦୁଇ ଜଣ ମହିଳା ଡାକ୍ତର ଆହତ ହୋଇଛନ୍ତି । ବୁଧବାର ଇନ୍ଦୋରର ରାଣୀପୁରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡୁଛନ୍ତି ସ୍ବାସ୍ଥ୍ୟକର୍ମୀ, ଡାକ୍ତର । ସବୁଠୁ ବଡ କଥା ହେଲା ପୋଲିସ ଏବଂ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଏଭଳି ଆକ୍ରମଣ ହୋଇଛି। ଏହାର ଦୁଇ ଦିନ ପୂର୍ବରୁ କରୋନା ସ୍କ୍ରିନିଂ ପାଇଁ ଯାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ  ଏଠାରେ ଲୋକେ ଦୁର୍ବ୍ୟବହାର କରିଥିଲେ । ସେମାନଙ୍କ ଉପରକୁ ଛେପ ଫୋପାଡିଥିଲେ ।

{"id":248156,"sizeSlug":"large"}

ତେବେ କାହିଁକି ଏ ଆକ୍ରମଣ ? କାହିଁକି ଆକ୍ରୋସ ? ମଧ୍ୟପ୍ରଦେଶର ଇନ୍ଦୋର ହେଉଛି ଦେଶର କରୋନା ହଟସ୍ପଟ ମଧ୍ୟରୁ ଅନ୍ୟତମ । ରାଣୀପୁର ହେଉଛି ସେଇ ଅଞ୍ଚଳ ଯାହାକୁ କରୋନାର ନାଭି କେନ୍ଦ୍ର କୁହାଯାଉଛି । ମଧ୍ୟପ୍ରଦେଶର ମୋଟ୍ ଆକ୍ରାନ୍ତଙ୍କ ଭିତରୁ ୭୬% ଏହି ଅଞ୍ଚଳର । ତେଣୁ  ଏଠାରେ ସଂକ୍ରମଣ ରୋକିବାକୁ ପ୍ରଶାସନ ସବୁ କଳ ବଳ ଲାଗାଇଦେଇଛି । ଶତାଧିକ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ସବୁଥିରେ କିନ୍ତୁ ଲୋକଙ୍କ ସହଯୋଗ ମିଳୁନି। ରାଣୀପୁରା ଏବଂ ଖଜରାନା ଅଞ୍ଚଳର ୨ ଜଣ କରୋନା ପଜିଟିଭ୍ କିଛି ଦିନ ତଳେ ଏମ୍‌ଆରଟିବି ହସ୍ପିଟାଲରୁ ଖସି ପଳାଇଥିଲେ । ନିଜ ଜୀବନକୁ ବାଜି ଲାଗାଇ ଯେଉଁମାନେ ଲୋକଙ୍କ ସେବାରେ ଲାଗିଛନ୍ତି, କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି ସେମାନଙ୍କ ଉପରେ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି ।

{"id":248157,"sizeSlug":"large"}

ଇନ୍ଦୋରରେ ଯେଉଁ ଘଟଣା ଘଟିଲା ତାହା ସାରା ଦେଶରେ  ଚିନ୍ତାର ବିଷୟ ହୋଇଛି। କିଛି ମୁସଲିମ ଧର୍ମଗୁରୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବେକଳ ଇନ୍ଦୋର ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ବି ଏଭଳି ଘଟଣା ସାମ୍ନାକୁ ଆସିଲାଣି । ବେଙ୍ଗଳୁରୁରେ ଜଣେ ଆଶା କର୍ମୀ କରୋନା ଭାଇରସ ଡାଟା ସଂଗ୍ରହ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ( ଆଶା କର୍ମୀଙ୍କ ଆମ୍ବିଆନ୍‌ସ ଭାବେ ନେବ)  ହାଇଦ୍ରାବାଦରେ ଡାକ୍ତର ସୁରକ୍ଷା ଦାବି କରିଥିବା ବେଳେ ଗୁଜୁରାଟ ସୁରଟରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.